Vidhan Parishad

କାଳିଆକୁ ଦିଆ ଗଲା ବଜେଟ ରେ ବିଶେଷ ଗୁରୁତ୍ଵ

STATE Stay Focused

ଗତକାଲି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଗତ କରିଥିଲେ କାମଚଳା ଅନ୍ତରୀଣ ବଜେଟ । ଉକ୍ତ ରାଜ୍ୟ ବଜେଟରେ କାଳିଆ ଯୋଜନାକୁ ଦିଆଯାଇଛି ବିଶେଷ ଗୁରୁତ୍ଵ । ସର୍ବାଧିକ ୪୪୬୧ କୋଟି ଟଙ୍କା କାଳିଆ ଯୋଜନା ପାଇଁ ବ୍ୟବସ୍ଥା କରାଯାଇଛି । କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ରହିଛି –

କୃଷି ଋଣରେ ସୁଧ ରିହାତି ନିମନ୍ତେ ୮ ଶହ କୋଟି ଟଙ୍କା
ଆମ ଗାଁ ଆମ ବିକାଶ ‘ପିଠା’ କାର୍ଯ୍ୟକ୍ରମ ପାଇଁ ୪ ଶହ କୋଟି ଟଙ୍କା
ଗ୍ରାମୀଣ ଜଳଯୋଗାଣ ‘ବସୁଧା’ ନିମନ୍ତେ ୨୯୩୫ କୋଟି ଟଙ୍କା
ମଧୁବାବୁ ପେନସନ ଯୋଜନା ନିମନ୍ତେ ୨୧୨୦ କୋଟି ଟଙ୍କା
ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କା
ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନିମନ୍ତେ ୮୬୪ କୋଟି ଟଙ୍କା
ଗୋପବନ୍ଧୁ ଗ୍ରାମୀଣ ଯୋଜନା ନିମନ୍ତେ ୫୦୦ କୋଟି ଟଙ୍କା
ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି ଟଙ୍କା
ପାର୍ବତୀ ଗିରି ଉଠା ଜଳସେଚନ ନିମନ୍ତେ ୧୭୭୭ କୋଟି ଟଙ୍କା
ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି ଟଙ୍କା
ବିଜୁ ସେତୁ ଯୋଜନା ନିମନ୍ତେ ୫୦୦ କୋଟି ଟଙ୍କା
ରାଜ୍ୟରେ ରେଳ ପ୍ରକଳ୍ପ ଉନ୍ନତୀକରଣ ନିମନ୍ତେ ୪୧୦ କୋଟି ଟଙ୍କା ଓ
ବିପର୍ଯ୍ୟୟ ପ୍ରଶମନ ପାଇଁ ୨ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

Please follow and like us:
error