odisha infocus

ଚିନ୍ତାରେ ଇମ୍ରାନ, ଦେଶବାସୀ ଆଜି ଖୁସିରେ ମନାଇ ପାରୁନାହାନ୍ତି ଇଦ

INTERNATIONAL

ଆଜି ପବିତ୍ର ଇଦ । ହେଲେ ଆଜିର ଇଦ ନେଇ ବଡ ଦୁଶ୍ଚିନ୍ତାରେ ପଡିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତାଙ୍କ ଦେଶବାସୀ ଆଜି ଖୁସିରେ ମନାଇ ପାରୁନାହାନ୍ତି ଇଦ । କାରଣ ଖୁସିରେ ଇଦ ମନାଇବାକୁ ହେଲେ ଲୋଡା ପଡିଥାଏ ଚୁଡି, ଅଳଙ୍କାର, ନୂଆ ପୋଷାକ ଓ ଜୋତା । ହେଲେ ତାହା କିଣିବାକୁ ସାଧାରଣ ଜନତାଙ୍କ ହାତରେ ପଇସା ନାହିଁ । ମୁଦ୍ରାସ୍ଫୀତି ଢେର ବଢିଯାଇଥିବା କାରଣରୁ ଦରଦାମରେ ପ୍ରବଳ ବୃଦ୍ଧି ଘଟିଛି । ଯାହା ଫଳରେ ସାଧାରଣ ଲୋକଟିଏ ଜୋତା ଓ ପୋଷାକ କିଣିବାକୁ ଅସମର୍ଥ ।

loading...

ଯେଉଁ ବଜାର ଓ ମଲ ଦିନେ ଲୋକାରଣ୍ୟ ହେଉଥିଲା, ଆଜି ସେଠାରେ ସବୁ ଶୁନଶାନ । ଦିନକୁ ଦିନ ଲୋକଙ୍କର ସମସ୍ୟା ବଢି ବଢି ଚାଲିଛି । ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଦାମ ଆକାଶ ଛୁଆଁ । ଏବେ ପାକିସ୍ତାନୀ କରେନ୍ସି ବିଶ୍ଵରେ ସବୁଠୁ ଅଧିକ ହ୍ରାସ ପାଇଛି ଯାହା ଫଳରେ ଯାହାର ମୂଲ୍ୟ ପାକିସ୍ତାନବାସୀଙ୍କୁ ପରିଶୋଧ କରିବାକୁ ପଡୁଛି ।

Please follow and like us:
error
loading...