ପିଓକେବାସୀଙ୍କୁ ପ୍ରଲୁବ୍ଧ କରିବାକୁ ଇମ୍ରାନ କରିପାରନ୍ତି ବଡ ଘୋଷଣା

INTERNATIONAL

ମୁଜାଫରାବାଦ : ଚାରିଆଡୁ ନିରାଶ ହେବା ପରେ ଏବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପିଓକେ ପାଇଁ ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି । ପିଓକେର ରାଜଧାନୀ ମୁଜାଫରାବାଦରେ ସେ ଏକ ସଭାରେ କିଛି ଘୋଷଣା କରିପାରନ୍ତି । ଇମ୍ରାନ ଟ୍ୱିଟରରେ ଦୁଇଦିନ ପୂର୍ବରୁ ଏନେଇ ଘୋଷଣା କରିଥିଲେ । ଆଜି ସେ ପିଓକେରେ ଏକ ବଡ ରାଲି କରିବେ । ସେଠାରେ ସେ ଭାରତୀୟ ସେନାକୁ ନେଇ ପିଓକେବାସୀଙ୍କୁ ଉସକାଇବେ ବୋଲି ସୂଚନା ମିଳିଛି । ଗତକାଲି ଏକ ପ୍ରେସ କନଫରେନ୍ସରେ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈଜଲ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ତତା ପାଇଁ ପ୍ରସ୍ତୁତ ଓ ଏହା ଅନ୍ତରାଷ୍ଟ୍ରୀୟ ନିୟମ ସହ ଜଡିତ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ, ମଧ୍ୟସ୍ତତା ପାଇଁ ଭାରତ ପ୍ରସ୍ତୁତ ନାହିଁ । ସମସ୍ୟାର ସମାଧାନ ଆଲୋଚନା ମଧ୍ୟମରେ ସମ୍ଭବ ହୋଇପାରିବ ।

ଭାରତର କହିବାନୁସାରେ କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ । ଏଥିରେ ଯାହା ବି ପାକିସ୍ତାନ ସହ ସମସ୍ୟା ଅଛି ତାହା ଆଲୋଚନା ମାଧ୍ୟମରେ ସମାଧାନ କରିପାରିବ । କିନ୍ତୁ ପାକିସ୍ତାନ ସଦାବେଳେ ତୃତୀୟ ପକ୍ଷର ସାହାରା ନେବାକୁ କହୁଛି । ଯେପର୍ୟ୍ୟନ୍ତ ପାକିସ୍ତାନ ଆତଙ୍କବାଦୀ କାର୍ୟ୍ୟକଳାପ ବନ୍ଦ ନ କରିଛି, ସେ ଯାଏଁ ଏନେଇ କୌଣସି ଆଲୋଚନା ହେବ ନାହିଁ ବୋଲି ଭାରତ ସ୍ପଷ୍ଟ ଭାବେ କହିସାରିଛି ।

Please follow and like us: