୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ୬୫୬ରେ ପହଞ୍ଚିଲା ମୋଟ ମୃତ୍ୟୁସଂଖ୍ୟା

STATE

ଆଜି ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୬ଟି ଜିଲ୍ଲାରୁ ୧୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବାବେଳେ ଖୋର୍ଦ୍ଧାରୁ ୨ ଏବଂ ମୟୂରଭଞ୍ଜ, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଆଜିର ୧୧ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୬୫୬ରେ ପହଞ୍ଚିଛି ।

ପୁରୀର ୩ ମୃତକଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୪୫ ଓ ୮୦ ବର୍ଷ । ଅନ୍ୟ ଜଣଙ୍କ ଜଣେ ମହିଳା ଓ ତାଙ୍କ ବୟସ ୭୦ ବର୍ଷ । ସମ୍ବଲପୁରର ୩ ମୃତକ ହେଉଛନ୍ତି ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ ୬୦, ୬୨ ଓ ୬୫ ବର୍ଷ । ଖୋର୍ଦ୍ଧା ଜିଲ୍ଲାର ୨ ମୃତକ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୫୨ ଓ ୬୧ ବର୍ଷ । ମୟୂରଭଞ୍ଜର ମୃତକ ହେଉଛନ୍ତି ୪୫ ବର୍ଷୀୟ ପୁରୁଷ, କଳାହାଣ୍ଡିର ମୃତକ ୫୯ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡର ମୃତକ ହେଉଛନ୍ତି ଜଣେ ୩୧ ବର୍ଷିୟା ମହିଳା ।

Please follow and like us: