ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଶ୍ରୀଲଙ୍କାକୁ ହରାଇଲା ଭାରତ

SPORTS

ଶନିବାର ଅନୁଷ୍ଠିତ ଆଇସିସି ବିଶ୍ଵକପରେ ଅନ୍ତିମ ଲିଗ ମ୍ୟାଚରେ  ଭାରତ ୭ ୱିକେଟରେ ହରାଇଲା ଶ୍ରୀଲଙ୍କାକୁ । ଗତକାଲିର ମ୍ୟାଚର ଶ୍ରେୟ ଯାଇଛି ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କୁ । ଦୁହିଁଙ୍କ ଶତକ ବଳରେ ଭାରତ ଏହି ମ୍ୟାଚ ଜିତିବା ସହିତ ରୋହିତ ଶର୍ମା ଚଳିତ ବିଶ୍ଵକପ ମ୍ୟାଚରେ ଗୋଟିଏ ବିଶ୍ଵକପରେ  ୫ମ ଥର ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ।

ଗତକାଲି ଲିଡ୍ସରେ ଅପରାହ୍ନ ୩ଟା ସମୟରେ ପଡିଆକୁ ଓହ୍ଲାଇଥିଲେ ଭାରତ ଓ ଶ୍ରୀଲଙ୍କା । ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସଙ୍କ ଶତକ ସହ ନିର୍ଦ୍ଧାରିତ ୫୦ ଓଭର ଖେଳି ଶ୍ରୀଲଙ୍କା ୭ ୱିକେଟ ହରାଇ ୨୬୪ ରନ କରିଥିଲା । ଜବାବରେ୨୬୫ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ୪୩.୩ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା । ରୋହିତ ଶର୍ମା କରିଥିଲେ ୧୦୩ ରନ ଓ ଲୋକେଶ ରାହୁଲ ୧୧୧ ରନ କରିଥିଲେ । ରୋହିତ ଶର୍ମାଙ୍କୁ ଗତକାଲିର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ କରଯାଇଥିଲା ।

Please follow and like us:
error