ବିଶ୍ଵକପ : ଆଫଗାନିସ୍ତାନ ସମ୍ମୁଖରେ ଭାରତ ରଖିଲା ୨୨୫ ରନର ବିଜୟଲକ୍ଷ୍ୟ

SPORTS

ଆଜି ସାଉଥହମ୍ପଟନର ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳଯାଉଛି ଆଇସିସି ବିଶ୍ଵକପର ୨୮ତମ ମ୍ୟାଚ । ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ । ଟସ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପଡିଆକୁ ଓହ୍ଲାଇଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭର ଖେଳି ୮ ୱିକେଟ ହରାଇ ୨୨୪ ରନ କରିଛି । ଦଳ ପକ୍ଷରୁ ବିରାଟ କୋହଲି ଓ କେଦାର ଯାଦବ ଅର୍ଦ୍ଧ ଶତକ ଅର୍ଜ୍ଜନ କରିଥିଲେ । ବିରାଟ ସର୍ବାଧିକ ୬୭ ରନ କରିଥିବାବେଳେ କେଦାର ୬୮ବଲ ଖେଳି ୫୨ ରନ କରିଛନ୍ତି ।

ତେବେ ପ୍ରାରମ୍ଭରୁ ଭାରତ ଓପନର ରୋହିତ ଶର୍ମାଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧ ରନ କରି ରୋହିତ ପ୍ୟାଭିଲିୟନ ଫେରିଥିବାବେଳେ ୨ୟ ୱିକେଟ ଲୋକେଶ ରାହୁଲ ୫୩ ବଲ ଖେଳି ମାତ୍ର ୩୦ ରନ କରି ପ୍ୟାଭିଲିୟନ ଫେରିଥିଲେ । କେବଳ ବିରାଟ ଓ କେଦାର ଯାଦବଙ୍କ ଅର୍ଦ୍ଧ ଶତକକୁ ପୁଞ୍ଜି କରି ଭାରତ ୮ ୱିକେଟ ବିନିମୟରେ ୨୨୪ ରନ କରିଛି । ଏବେ ଆଫଗାନିସ୍ତାନ ସମ୍ମୁଖରେ ରହିଛି ୨୨୫ ରନର ବିଜୟ ଲକ୍ଷ୍ୟ ।

Please follow and like us:
error