ଭାରତ ବିଦାୟ ନେଲା ବିଶ୍ଵକପରୁ, ହତାଶ ବିରାଟ ବାହିନୀ

SPORTS

ଗତକାଲି ଦ୍ଵିତୀୟ ବାର ସେମି ଫାଇନାଲ ଅନୁଷ୍ଠିତ ହୋଇଥିଲା ନ୍ୟୁଜିଲାଣ୍ଡ ସହ ଭାରତର । ମଙ୍ଗଳବାର ଦିନ ବର୍ଷା କାରଣରୁ ଖେଳ ଅସମାପ୍ତ ରହିଥିଲା । ନ୍ୟୁଜିଲାଣ୍ଡ ୪୬.୧ ଓଭର ଖେଳି ୫ ୱିକେଟ ହରାଇ ୨୧୧ ରନ କରିଥିଲା । ଗତକାଲି ରିଜର୍ଭ ଡେ’ରେ ପୁଣି ସେଇଠୁ ଖେଳ ଆରମ୍ଭ କରାଯାଇଥିଲା । ନ୍ୟୁଜିଲାଣ୍ଡ ଅବଶିଷ୍ଟ ଅଂଶ ଖେଳି ବାକି ଥିବା ୨୩ଟି ବଲ ଖେଳି ଥିଲା । ଆଉ ୩ ୱିକେଟ ହରାଇ ୨୮ ରନ କରିଥିଲା । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭର ଖେଳି ୮ ୱିକେଟ ହରାଇ ୨୩୯ ରନ କରିଥିଲା ।

loading...

ଭାରତ ପାଖରେ ଜିତିବା ପାଇଁ ୨୪୦ ରନ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଭାରତ କିନ୍ତୁ ପ୍ରଥମରୁ ଟପ ଅର୍ଡରରେ ଥିବା ୩ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାଯକ କୋହଲି ପ୍ରତ୍ଯେକ ଏକ ଏକ ରନରେ ପ୍ୟାଭିଲିୟନ ଫେରିଯାଇଥିଲେ । ଯଦିଓ ଜାଡେଜା ଓ ଧୋନୀ କିଛି ସମୟ ସମ୍ଭାଳି ଥିଲେ, ତଥାପି ଟାର୍ଗେଟ ଛୁଇଁବାରେ ଅସଫଳ ହୋଇଥିଲେ । ଭାରତ ୪୯.୩ ଓଭର ଖେଳି ଅଲଆଉଟ ସହିତ ୨୨୧ ରନ କରିପାରିଥିଲା । ଫଳରେ ୧୮ ରନରେ ଭାରତ ନ୍ୟୁଜିଲାଣ୍ଡ ପାଖରୁ ହାରିଯାଇଥିଲା ଓ ଫାଇନାଲକୁ ଯିବାର ଆଶା ଧୂଳିସାତ ହୋଇଯାଇଛି ।

Please follow and like us:
error
loading...