ବିଶ୍ଵକପ : ଭାରତ ଆଫଗାନିସ୍ତାନକୁ ହରାଇ ଆସିଲା ଟେବୁଲ ୩କୁ

SPORTS

ଗତକାଲି ଆଇସିସି ବିଶ୍ଵକପର ୨୮ତମ ମ୍ୟାଚରେ ଭାରତ ୧୧ ରନରେ ଆଫଗାନିସ୍ତାନକୁ ହରାଇ ତାଲିକାର ତୃତୀୟ ସ୍ଥାନକୁ ଉଠିଛି । ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ କେବଳ ବିରାଟ କୋହଲି ଓ କେଦାର ଯାଦବ ଅର୍ଦ୍ଧ ଶତକ କରିଥିଲେ ହେଁ ଅନ୍ୟ କେହି ବେଶୀ ସମୟ ବ୍ୟାଟିଂ କରିପାରିନଥିଲେ । ପ୍ରଥମରୁ ଓପନର ରୋହିତ ଶର୍ମା ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ । ଭାରତ ୨ୟ ୱିକେଟ ରୂପେ ଲୋକେଶ ରାହୁଲଙ୍କୁ ହରାଇଥିଲା । ଲୋକେଶ ୫୩ ବଲରୁ ମାତ୍ର ୩୦ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ । ଭାରତ ୫୦ ଓଭର ଖେଳି ଆଫଗାନିସ୍ତାନ ସମ୍ମୁଖରେ ୨୨୫ ରନର ବିଜୟଲକ୍ଷ୍ୟ ରଖିଥିଲା ।

loading...

ଜବାବରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୧୩ ରନ କରି ଅଲଆଉଟ ହୋଇଯାଇଥିଲା । ମ୍ୟାଚର ଅନ୍ତିମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲରେ ଲଗାତର ଉଇକେଟ ନେଇ ଦ୍ରୁତ ବୋଲର ମହମ୍ମଦ ସାମି ହ୍ୟାଟ୍ରିକ ଅର୍ଜନ କରିବା ସହିତ ଭାରତର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ । ସେ ୯.୫ ଓଭର ବୋଲିଂ କରି ୪୦ ରନ ଦେଇ ମୋଟ ୪ ୱିକେଟ ନେଇଥିଲେ । ସେପରି ଯଶପ୍ରୀତ ବୁମରା ୨ତି ଉଇକେଟ ନେଇଥିଲେ । ଯଶପ୍ରୀତ ବୁମରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ରୂପେ ଘୋଷିତ କରଯାଇଥିଲା । ଭାରତ ଏହି ମ୍ୟାଚ ଜିତିବା ଫଳରେ ମୋଟ ୫ଟି ମ୍ୟାଚ ଖେଳି ୪ଟିରେ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନକୁ ଉଠିଛି ।

Please follow and like us:
error
loading...