ଯାଇପାରିଲାନି ଇଣ୍ଡିଗୋ ବିମାନ, ଫେରିଆସିଲା ନାଗପୁର

NATIONAL

ଗୋଟିଏ ଇଣ୍ଡିଗୋ ବିମାନ ନାଗପୁର ବିମାନବନ୍ଦରକୁ ଫେରିଆସିଛି । ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିନପାରି ଫେରିଆସିଛି ନାଗପୁରକୁ । ଇଣ୍ଡିଗୋ ବିମାନଟି ଦିଲ୍ଲୀ ଇଣ୍ଡିଗୋ 6E 636 । ଯାନ୍ତ୍ରିକ ତ୍ରୁଟି କାରଣରୁ ପାଇଲଟ ରନ ୱେରୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିବା ସୂଚନା ମିଳିଛି ।

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବିମାନଟିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଯାତ୍ରା କରୁଥିଲେ ବୋଲି ଜଣାପଡିଛି । ବିମାନଟି ଫେରିଆସିବାରୁ ଗନ୍ତବ୍ୟସ୍ଥଳକୁ ଯାଇନପାରି ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

Please follow and like us:
error