ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

NATIONAL

ଆଜି ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ୨୦୧୯ ଜେଇଇ ଆଡଭାନ୍ସ ରେଜଲ୍ଟ । ଏଥିରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ଟପ୍ପର ହୋଇଛନ୍ତି । ସେ ମୋଟ ୩୭୨ ନମ୍ବରରୁ ୩୪୬ ନମ୍ବର ରଖିଛନ୍ତି । ଦ୍ଵିତୀୟ ସ୍ଥାନରେ ଦିଲ୍ଲୀର ହିମାଂଶୁ ଗୌରବ ସିଂହ ଥିବାବେଳେ ତୃତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀର ଅର୍ଚ୍ଚିତ ବୁବନା । ଝିଅମାନଙ୍କ ମଧ୍ୟରେ ଶବନମ ସହାୟ ଟପ୍ପର ହୋଇଛନ୍ତି । ସେ ୩୭୨ ରୁ ୩୦୮ ନମ୍ବର ରଖିଛନ୍ତି । ସାୟଂତନ ଧର ଓଡିଶା ଟପ୍ପର ହୋଇଥିବାବେଳେ ଏସସି ବର୍ଗରେ ସଂବିତ ବେହେରା ଟପ୍ପର ହୋଇଛନ୍ତି ।

ଜେଇଇ ଆଡଭାନ୍ସ ରେଜଲ୍ଟ ଜେଇଇଏଡ଼ିଭି॰ଏସି॰ଇନରେ ଉପଲବ୍ଧ । ଉକ୍ତ ପରୀକ୍ଷା ଚଳିତ ବର୍ଷ ମେ’୨୭ରେ ଅନୁଷ୍ଠିତ ହୋଇଥିଲା । ମୋଟ ୧,୬୧,୩୧୯ ଜଣ ଆଶାୟୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୮,୭୦୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୫୩୫୬ ଜଣ ଛାତ୍ରୀ । ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଆଇଆଇଟି ଓ ଏନଆଇଟିରେ ନାମ ଲେଖାଇପାରିବେ ।

Please follow and like us:
error