ଯୋଗେଶ ସିଂ ଆହତ ହୋଇ ମେଡିକାଲରେ ଚିକିତ୍ସିତ

STATE

ସଡକ ଦୁର୍ଘଟଣାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ଆହତ ହୋଇଛନ୍ତି । ଅନୁଗୁଳଠାରୁ ୧୫ କିମି ଦୂର ଖନ୍ଦାନାଳୀ ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । କେବଳ ସେ ଏକା ନୁହନ୍ତି, ତାଙ୍କ ସହିତ କାରରେ ବସିଥିବା ଅନ୍ୟ ତିନିଜଣ ମଧ୍ୟ ଆହତ ହୋଇଛନ୍ତି । ସେ କାରରେ ସୁନ୍ଦରଗଡରୁ ଭୁବନେଶ୍ଵରକୁ ଫେରୁଥିବା ସମୟରେ ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣାର ସମୟ ରାତି ୩ଟା ବୋଲି ସୂଚନା ମିଳିଛି ।

ଦୁର୍ଘଟଣା ଯୋଗୁ ଯୋଗେଶଙ୍କ ମୁଣ୍ଡ ଓ ଆଖିପତାରେ ଆଘାତ ଲାଗିଛି । ତେବେ ଅଳ୍ପକେ ସେ ବଞ୍ଚି ଯାଇଛନ୍ତି ବୋଲି କୁହାଯାଉଛି । ତାଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଦୁର୍ଘଟଣା ଘଟିବା ପରେ ପରେ ଗାଡିଟିରେ ନିଆଁ ଲାଗିଯାଇଥିଲା ।

Please follow and like us: