ହାତର ହାତ ଛାଡି ଶଙ୍ଖ ଫୁଙ୍କିଲେ ଯୋଗେଶ ସିଂହ

STATE

ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସେ ହେଉଛନ୍ତି କଂଗ୍ରେସ ପକ୍ଷରୁ ସୁନ୍ଦରଗଡର ପୂର୍ବତନ ବିଧାୟକ । ନିକଟେରେ ସେ କଂଗ୍ରେସ ଦଳରୁ ବହିଷ୍କୃତ ହୋଇଥିଲେ ।

ଆଜି ହଜାର ହଜାର ସମର୍ଥକଙ୍କ ଗହଣରେ ଯୋଗେଶ ସିଂହ ବିଜେଡିରେ ସାମିଲ ହୋଇଛନ୍ତି । ହାତର ହାତ ଛାଡି ସେ ଏବେ ଶଙ୍ଖ ଫୁଙ୍କିବାକୁ ସ୍ଥିର କରି ଯୋଗ ଦେଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ହୋଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଦଳ ପକ୍ଷରୁ ଯୋଗେଶଙ୍କୁ ଦଳକୁ ସ୍ଵାଗତ କରିଥିଲେ । ତାଙ୍କ ଯୋଗଦାନରେ ସୁନ୍ଦରଗଦରେ ବିଜେଡି ସୁଦୃଢ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ଯୋଗେଶଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ । ସେହିପରି ଯୋଗେଶ ସିଂହ କହିଛନ୍ତି ଯେ ସୁଞ୍ଜ୍ଦାର୍ଗଦ ଓ ପଶ୍ଚିମ ଓଡିଶାର ବିକାଶ ହେବ ।

Please follow and like us:
error