Sehwag

ରାଉରକେଲାରେ ଆରଏସପିର ଜୁନିୟର ମ୍ୟାନେଜରଙ୍କ ଆତ୍ମହତ୍ୟା

STATE

ରାଉରକେଲା : ରାଉରକେଲା ସେକ୍ଟର ୨ ରେ ରହୁଥିବା ଆରଏସପିର ଜୁନିୟର ମ୍ୟାନେଜର ଜୟ ଫରବେଶ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର ସଠିକ କାରଣ ଜଣାପଡିନାହିଁ। ଫରବେଶ ପ୍ରତିଦିନ ଭଳି ସଂଧ୍ୟାରେ କାର୍ୟ୍ୟ।ଳୟରୁ ଘରକୁ ଫେରିଥିଲେ ଏବଂ ରାତିରେ ଘରେ କେହି ନଥିବା ବଳେ ପଙ୍ଖାରେ ଏକ ବେଡସିଟ ବାନ୍ଧି ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ଘଟଣା ଜଣା ପଡିବା ପରେ ଘଟଣା ସ୍ଥଳରେ ସେକ୍ଟର ୩ ପୋଲିସ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଆରଜିଏଚକୁ ପଠାଇଛି।

ଫରବେଶଙ୍କ ପରିବାର ଲୋକ ଗତ ୩ ଦିନ ତଳେ ତାଙ୍କ ପୈତୃକ ଘର ରାଜସ୍ଥାନକୁ ଯାଇଥିବା ବଳେ କିପରି ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାର ସଠିକ କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ ସମସ୍ୟା କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ପରିବାର ବର୍ଗ ରାଉରକେଲାରେ ଆସି ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ । ତେବେ ଫରବେଶଙ୍କୁ ହତ୍ୟା କରାଯାଇଥିବା ଦିଗ ପ୍ରତି ମଧ୍ୟ ପୋଲିସ ନଜର ରଖିଛି ।

Please follow and like us: