ଆଣ୍ଟି ଡାକ ଶୁଣି ପାରୁନାହାନ୍ତି ବେବୋ ; ଟ୍ରୋଲର୍ସଙ୍କୁ ଦେଲେ ମୁହତୋଡ ଜବାବ୍

ENTERTAINMENT

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ପ୍ରାୟ ସମୟ ଶାନ୍ତ ରହିଥାନ୍ତି । କିନ୍ତୁ କଥା ତାଙ୍କ ପରିବାର ଉପରକୁ ଆସିଲେ ସେ ଚୁପ୍ ରହନ୍ତି ନାହିଁ । ଏକ ସୋ’ରେ ତାଙ୍କ ସହ କିଛି ସେଭଳି ଘଟିଥିଲା । ଜଣେ ତାଙ୍କୁ ଆଣ୍ଟି କହୁଥିବା ଜାଣିବା ପରେ ସେ ହସି ହସି ଯୁବକଙ୍କ ମୁହଁ ବନ୍ଦ କଲା ଭଳି କଥା କହିଥିଲେ ।

ସୂଚନା ମୁତାବକ, ସୋସିଆଲ ମିଡିଆରେ କରୀନା କପୁର ଅଭିନେତା ଅର୍ବାଜ ଖାନଙ୍କୁ ଏକ ସାକ୍ଷାତକାର ଦେଉଥିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ କରୀନା ଅର୍ବାଜ ଖାନ୍ ନୂଆ ୱେବ୍ ସୋ’ ପିଞ୍ଚରେ ଯାଇ ପହଞ୍ଚିଥିଲେ । ଯେଉଁଠି ଆର୍ବାଜ୍ କରୀନାଙ୍କୁ ଲୋକମାନଙ୍କ କମେଣ୍ଟ ସବୁ ଦେଖାଇଥିଲେ ।

ଏ ସବୁ ମଧ୍ୟରେ ଜଣେ ଯୁବକ କରୀନାଙ୍କୁ, ‘ତୁମେ ଏବେ ଆଣ୍ଟି ହୋଇ ଗଲଣି । ଏବେ ଆଉ ନିଜକୁ ଛୁଆ ବୋଲି ଭାବ ନାହଁ କି ସେଭଳି ପୋଷାକ ପିନ୍ଧ ନାହିଁ’ ବୋଲି କହିଥିଲେ । ଏହାକୁ ପଢ଼ି କରୀନା ପ୍ରଥମେ ହସିଥିବା ବେଳେ ପରେ ମୁହଁ ବନ୍ଦ କଲା ଭଳି ଜବାବ ଦେଇଥିଲେ । ସେ କହିଥିଲେ, ଲୋକମାନେ ଭାବନ୍ତି ସେଲିବ୍ରିଟିମାନଙ୍କର କୌଣସି ଭାବନା ନ ଥାଏ । ସେମାନଙ୍କୁ କୌଣସି କଥା ଖରାପ ଲାଗି ନଥାଏ । ଏ ସବୁ କଥା ସେଲିବ୍ରିଟିମାନଙ୍କ ଉପରେ କ’ଣ ପ୍ରଭାବ ପକାଇଥାଏ, ତାହା ସେମାନେ ଭାବନ୍ତି ନାହିଁ । ଆମକୁ ସବୁ କିଛି ହସି ହସି ନେବାକୁ ପଡ଼ିଥାଏ ବୋଲି କହିଥିଲେ କରୀନା।

Please follow and like us: