ଜାଣନ୍ତି କି କେଉଁ ପ୍ରକାର ଖାଦ୍ୟ ଦେହକୁ ଦରକାର ?

HEALTH

ଆପଣ ଜାଣନ୍ତି କି ଦେହ ପାଇଁ କେଉଁ ପ୍ରକାର ଖାଦ୍ୟର ଜରୁରୀ ଆବଶ୍ୟକତା ରହିଛି ? ଯଦି ଜାଣିବେ, ତେବେ ଆଜିର ଯୁବ ପିଢି ଯେଉଁ ଫାଷ୍ଟଫୁଡ ଆପଣାଉଛନ୍ତି, ସେଥିରୁ ନଜର ହଟାଇ ପନିପରିବା ଓ ଫଳ ପ୍ରତି ନିଶୟ ଆଗ୍ରହ ପ୍ରକାଶ କରିବେ । କାରଣ ବିଭିନ୍ନ ପନିପରିବା ଓ ଫଳରୁ ଶାରୀରିକ ଓ ମାନସିକ ବିକାଶ ପାଇଁ ଆପଣ ଆବଶ୍ୟକୀୟ ଅନେକ କିଛି ପାଇପାରିବେ । ଆସନ୍ତୁ ଜାଣିବା ଉପଯୁକ୍ତ ଖଦୟରୁ ଶରୀର ପାଇଁ କଅଣ କଅଣ ଆମକୁ ମିଳିବ ।

loading...

ଭିଟାମିନ ବି – ଶରୀରରେ ନର୍ଭ ସେଲକୁ ମଜବୁତ ରଖିବା ନିହାତି ଦରକାର । ସେଥିପାଇଁ ଦରକାର ଭିଟାମିନ ବି ୯ ଓ ୧୨ । ପନିପରିବା ଓ ଫଳ ବ୍ୟତୀତ ଆମେ ଆମିଷଯୁକ୍ତ ଖାଦ୍ୟରୁ ବିଶେଷ ଭାବେ ପାଇପାରିବା ।

ଆଇରନ – ଭିଟାମିନ ବି ପରି ଶରୀର ପାଇଁ ଆଇରନ ଦରକାର । ଏହାର ମାତ୍ରା ଶରୀରରେ କମିଗଲେ ଆମକୁ ହାଲିଆ ଲାଗେ ଓ ଚିଡଚିଡା ଭାବ ବଢିଯାଏ । ସୋୟାବିନ, ଡାଲି, ବିଟ, ପାଳଙ୍ଗ, ସେଓ, ସଜନା ଛୁଇଁ, କଦଳୀ, ତରଭୁଜ, ଡାଳିମ୍ବ, ପିଜୁଳି ଓ ସବୁଜ ପନିପରିବା ଆଦିରୁ ପ୍ରଚୁର ମାତ୍ରାରେ ଆଇରନ ପାଇପାରିବା ।

ଆୟୋଡିନ – ଶରୀର ପାଇଁ ଆୟୋଡିନର ଆବଶ୍ୟକତା ରହିଛି । ଆମେ ଟମାଟୋ, ପାଳଙ୍ଗ, ଆଳୁ, ମକା ଅଣ୍ଡା, କ୍ଷୀର, ବିନ୍ସ ଓ ଷ୍ଟ୍ରବେରୀ ଆଦିରେ ପାଇପାରିବା ।

କାର୍ବୋହାଇଡ୍ରେଟ୍ସ – ଦୈନନ୍ଦିନ ଖାଦ୍ୟରେ କାର୍ବୋହାଇଡ୍ରେଟ୍ସ ଯୁକ୍ତ ଫଳ ଓ ପନିପରିବା ସାମିଲ କରନ୍ତୁ । ଏହାର ଅଭାବରେ କୌଣସି କାର୍ଯ୍ୟ ପ୍ରତି ଧ୍ୟାନ ଲାଗିନଥାଏ ।

ଜିଙ୍କ – ଶରୀରରେ ଜିଙ୍କର ମାତ୍ର କମିଗଲେ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ଜିଙ୍କ ହିଁ ନର୍ଭ ଓ ମସ୍ତିଷ୍କ କୋଷ ମଧ୍ୟରେ ସଂଯୋଗ ରକ୍ଷା କରିଥାଏ । ଜିଙ୍କ ଆମେ ବାଦାମ, ରସୁଣ, ଅଣ୍ଡାର ଧଳା ଅଂଶ, ଛତୁ, ଅଳସୀ, ଓଟ୍ସ, ରାଜମା, ଛୋଲେ, ମଟର ଓ ଦହି ଆଦିରେ ପ୍ରଚୁର ମାତ୍ରାରେ ପାଇପାରିବା ।

Please follow and like us:
error
loading...