ଜାଣନ୍ତୁ, ଓସ୍କାର ପୁରସ୍କାରରେ କେଉଁ ଫିଲ୍ମ ଶ୍ରେଷ୍ଠ ଚଳଚ୍ଚିତ୍ର ଆଓ୍ୱାର୍ଡ ପାଇଲା

ENTERTAINMENT

ୱାଶିଂଟନ୍ : ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବାଜି ମାରିନେଲା ଫିଲ୍ମ ‘ପାରାସାଇଟ୍’ । ଆମେରିକାର ଲସ୍ ଏଞ୍ଜେଲସରେ ଆଜି ଅନୁଷ୍ଠିତ ହୋଇଯାଇଛି ୯୨ତମ ଓସ୍କାର ପୁରସ୍କାର ପ୍ରଦାନ ସମାରୋହ । ‘ପାରାସାଇଟ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓସ୍କାର୍ ଆଓ୍ୱାର୍ଡ ପାଇଥିଲା ବେଳେ ଏହାର ନିର୍ଦ୍ଦେଶକ ବଙ୍ଗ୍ ଜୁନ୍ ହୋଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମିଳିଛି ଏହି ସମ୍ମାନଜନକ ପୁରସ୍କାର। ଏହା ବ୍ୟତୀତ ‘ପାରାସାଇଟ୍’କୁ ବେଷ୍ଟ ଅରିଜିନାଲ୍ ସ୍କ୍ରିନ୍ ପ୍ଲେ ଓ ବେଷ୍ଟ ଇଣ୍ଟରନ୍ୟାସ୍ନାଲ୍ ବର୍ଗରେ ମଧ୍ୟ ଏହି ପୁରସ୍କାର ଦିଆଯାଇଛି। ସେହିପରି ବେଷ୍ଟ ଆନିମେଟେଡ୍ ଫିଚର ଫିଲ୍ମ ବର୍ଗରେ ‘ଟୟ ଷ୍ଟୋରୀ’ ୪ଟି ଓସ୍କାର ଆୱାର୍ଡ ପାଇଛି। ଚଳିତ ଥର ଏଥିରେ ଦକ୍ଷିଣ କୋରିଆର ଫିଲ୍ମ ‘ପାରାସାଇଟ୍’ ବାଜି ମାରି ନେଇଛି । ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ୪ଟି ଓସ୍କାର ଆୱାର୍ଡ଼ ମିଳିଛି।

ସେହିପରି ଫିଲ୍ମ ‘ଜୋକର୍’ ପାଇଁ ଲୋକପ୍ରିୟ ଅଭିନେତା ୱାକିନ୍ ଫିନିକ୍ସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବାୟୋପିକ୍ ‘ଜୁଡି ଗାର୍ଲେଡ୍’ ପାଇଁ ରିନି ଜେଲୱେଗର୍ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ।

Please follow and like us:
error