odisha infocus

କୁନାଲ ଘୋଷଙ୍କୁ ଜେରା କରିବ ସିବିଆଇ

NATIONAL

ଆଜି ପୁନର୍ବାର କୋଲକୋତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଜେରା କରିବ । ଗତକାଲି ମାରାଥନ ଜେରା ପରେ ଆଜିର ଜେରା ବିଶେଷ ମହତ୍ଵ ରଖୁଛି । ମେଘାଳୟର ଶିଲଂଠାରେ ରାଜୀବ କୁମାର ଜେରାର ସମ୍ମୁଖୀନ ହେବେ । ଉଲ୍ଲେଖଯୋଗ୍ୟ ଯେ ଶାରଦା ଚିଟଫଣ୍ଡ ତଦନ୍ତ କରୁଥିବା ଏସଆଇଟିର ମୁଖ୍ୟ ଥିଲେ ରାଜୀବ କୁମାର । ରାଜୀବଙ୍କ ବିରୋଧରେ ତଥ୍ୟ ପ୍ରମାଣ ନଷ୍ଟ କରିବା ନେଇ ଅଭିଯୋଗ ପରିପ୍ରେକ୍ଷୀରେ ଏହି ଜେରା କାର୍ଯ୍ୟ ଚାଲିଛି ।

ରାଜୀବଙ୍କ ବ୍ୟତୀତ ପୂର୍ବତନ ଟିଏମସି ସାଂସଦ କୁନାଲ ଘୋଷଙ୍କୁ ମଧ୍ୟ ସିବିଆଇ ଜେରା କରିବ । ସୂଚନା ଯୋଗ୍ୟ ଯେ କୋଲକୋତା ପୋଲିସ କମିଶନରଙ୍କୁ ଘଣ୍ଟ ଘୋଡାଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ବିରୁଦ୍ଧରେ ଧାରଣାରେ ବସିଥିଲେ ଯାହାକୁ ନେଇ ସାରା ଦେଶରେ ରାଜନୈତିକ ହଟଚମତ ସୃଷ୍ଟି ହୋଇଥିଲା । ତେବେ ସୁପ୍ରିମକୋର୍ଟ କୋଲକୋତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ନିକଟରେ ହଜାର ହୋଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେବାପରେ ଧାରଣାରୁ ଉଠିଥିଲେ ମମତା ।

Please follow and like us: