ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ମିଳିଲା ପତ୍ତା

NATIONAL

ଭାରତବାସୀଙ୍କ ପାଇଁ ଆଜି ଦିନଟି ଆଣି ଦେଇଛି ଖୁସି ଖବର । ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା ମିଳିଥିବା ସୂଚନା ମିଳିଛି । ବିକ୍ରମର ପତ୍ତା ମିଳିଥିବା ନେଇ ଇସ୍ରୋ ଅଧ୍ୟକ୍ଷ କେ॰ ଶିବନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଜୁଲାଇ ୨୨ରେ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୨ ଶୁକ୍ରବାର ରାତି ୧ଟା ୫୩ରେ ଚନ୍ଦ୍ରର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ୨.୧ କି॰ମି॰ଦୂରତା ଥିବାବେଳେ ଶେଷମୁହୂର୍ତ୍ତରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଚନ୍ଦ୍ରରେ ସୂକ୍ଷ୍ମ ଅବତରଣର ଶେଷ ୧୫ ମିନିଟ ଅତିକ୍ରମ କରିବା ପରେ ମଧ୍ୟ କଣ୍ଟ୍ରୋଲ ରୁମକୁ କୌଣସି ସୂଚନା ମିଳି ନଥିଲା । ଏହି ଘଟଣାରେ ଇସ୍ରୋ ଅଧ୍ୟକ୍ଷ କେ॰ଶିବନ କାନ୍ଦି ପକାଇଥିଲେ ଓ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସାନ୍ତ୍ଵନା ଦେବା ସହିତ ବୈଜ୍ଞାନିକମାନଙ୍କୁ ନିରାଶା ଭାବ ଦୂର କରିବାକୁ ବିଭିନ୍ନ ପରାମର୍ଶ ଦେଇଥିଲେ ଓ କହିଥିଲେ ଯେ ବିଜ୍ଞାନରେ ବିଫଳତା ନାହିଁ ।

loading...

ତେଣୁ ବିକ୍ରମର ପତ୍ତା ମିଳିବାରେ ବୈଜ୍ଞାନିକମାନଙ୍କ ମନରେ ନୂତନ ଆଶାର କିରଣ ଦେଖାଇଛି । ଲ୍ୟାଣ୍ଡର ‘ବିକ୍ରମ’ର ଥର୍ମାଲ ଫଟୋ ଅର୍ବିଟରରୁ ମିଳିଛି ବୋଲି ପ୍ରକାଶ କରିଛନ୍ତି କେ॰ଶିବନ । ମାତ୍ର ଏ ପର୍ଯ୍ୟନ୍ତ ‘ବିକ୍ରମ’ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିବା ସେ କହିଛନ୍ତି । ତେବେ ସେ ଯୋଗାଯୋଗ ଜାରି ରଖିଛନ୍ତି ଓ ସେଥିରେ ସଫଳ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ।

Please follow and like us:
error
loading...