କ୍ଷୀର ଲିଟର ପିଛା ୧୪୦ ଟଙ୍କା, ଆସନ୍ତୁ ଜାଣିବା କେଉଁଠି ପଡିଛି କ୍ଷୀର ଟୋପେ ପାଇଁ ହାହାକାର

INTERNATIONAL

ପାକିସ୍ତାନ : ପାକିସ୍ତାନରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ କ୍ଷୀରର ମୂଲ୍ୟ ଠାରୁ କମ୍ ଅଛି । ପାକିସ୍ତାନର ପ୍ରମୁଖ ସହରଗୁଡ଼ିକରେ କ୍ଷୀରର ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ଯାହାର ମୂଲ୍ୟ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି । ଏନେଇ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। କରାଚି ଏବଂ ସିନ୍ଧ୍ ପ୍ରଦେଶରେ କ୍ଷୀର ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହୋଇଛି। ଏଭଳି ପରିସ୍ଥିତିରେ ଛୋଟ ପିଲାଙ୍କୁ କ୍ଷୀର ଟୋପେ ଦେବାକୁ ଯୁଝୁଛି ପାକିସ୍ତାନ ।

loading...

ସୂଚନାନୁସାରେ, ମାତ୍ର ଦୁଇ ଦିନ ତଳେ ପେଟ୍ରୋଲ୍ ଲିଟରପିଛା ୧୧୩ ଟଙ୍କା ଏବଂ ଡିଜେଲ୍ ୯୧ ଟଙ୍କା ଦରରେ ବିକ୍ରୟ ହେଉଥିଲା। ସିନ୍ଧର କେତେକ ଅଞ୍ଚଳରେ କ୍ଷୀର ଲିଟର ପିଛା ୧୪୦ ଟଙ୍କାରେ ବିକ୍ରୟ ହୋଇଥିବା ଖବର ମିଳିଛି। ଜଣେ ଦୋକାନୀ କହିଛନ୍ତି, ହଠାତ୍ ଚାହିଦା ବଢ଼ିଯିବାରୁ ସମଗ୍ର କରାଚିରେ କ୍ଷୀର ଲିଟର୍ ପିଛା ୧୨୦ ଟଙ୍କାରୁ ୧୪୦ ଟଙ୍କାରେ ବିକ୍ରୟ ହୋଇଛି। ମହରମ ସମୟରେ ସହରର ବିଭିନ୍ନ ପ୍ରାନ୍ତରେ ପବିତ୍ର ମାସର ପଟୁଆରରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ କ୍ଷୀର, ଫଳରସ ଏବଂ ଥଣ୍ଡାପାଣି ଅର୍ପଣ କରିବାକୁ ଷ୍ଟଲ୍ ସବୁ ଖୋଲିଥିଲା। ଏହି କାରଣରୁ କ୍ଷୀର ଚାହିଦା ଖୁବ୍ ବଢ଼ି ଯାଇଥିଲା।

Please follow and like us:
error
loading...