ଭୁବନେଶ୍ଵରରୁ ଦୁବାଇକୁ ବିମାନ ଚଳାଚଳ ନେଇ ନବୀନଙ୍କ ଚିଠି

STATE

ଭୁବନେଶ୍ଵରରୁ ଦୁବାଇକୁ ସିଧା ବିମାନ ଚଳାଚଳ ନାହିଁ । ତେଣୁ ରାଜ୍ୟବାସୀ କେହି ଯିବାକୁ ଇଚ୍ଛା କଲେ ସିଧା ଭୁବନେଶ୍ଵରରୁ ଦୁବାଇକୁ ଯାଇପାରୁନାହାନ୍ତି । ଯାହା ଫଳରେ ଅନ୍ୟ ବାଟ ଦେଇ ସେମାନଙ୍କୁ ଯିବାକୁ ପଡୁଥିବାରୁ ଆର୍ଥିକ ଦୃଷ୍ଟିରୁ ଟିକେଟ ଖର୍ଚ୍ଚ ଅଧିକ ପଡୁଛି । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାର ଇଣ୍ଡିଆ କିମ୍ବା ବିମାନ ଉଡାଣ ପାଇଁ ହରଦୀପ ସିଂହପୁରୀଙ୍କୁ ଚିଠି ଲେଖିଛନ୍ତି ।

loading...

ନବୀନ ପଟ୍ଟନାୟକ କହିଛନ୍ତି ଜି ସିଧାସଳଖ ବିମାନ ଚଳାଚଳ ରାଜ୍ୟର ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରରେ ସହାୟକ ହେବ । ତେଣୁ ସେ ହସ୍ତକ୍ଷେପ ଲୋଡିଛନ୍ତି । ଏବେ ଦୁବାଇ ଯାତ୍ରା ପାଇଁ ଅଧିକ ସମୟ ଓ ଅର୍ଥ ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Please follow and like us:
error
loading...