ବନ୍ୟା କ୍ଷୟକ୍ଷତି କେତେ ହେଲା, ସେ ନେଇ ଜିଲ୍ଲାପାଳମାନଙ୍କୁ ଏସଆରସି ବିଷ୍ଣୁପଦ ସେଠୀଙ୍କ ଚିଠି

STATE

ଚଳିତ ବନ୍ୟାରେ କ୍ଷୟକ୍ଷତି କେତେ ହେଇଛି ତାହା ଜାଣିବାକୁ ସରକାର ତତ୍ପର ହୋଇ ଉଠିଛନ୍ତି । ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ ୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଆସନ୍ତା ଅଗଷ୍ଟ ୧୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖା ଯାଇଛି, ସେହି ଜିଲ୍ଲାଗୁଡିକ ହେଲା ବଲାଙ୍ଗିର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଂଗପୁର, ରାୟଗଡା ଓ ସମ୍ବଲପୁର । ଏହାଛଡା ଅନ୍ୟ ବିଭାଗଗୁଡିକୁ ମଧ୍ୟ କ୍ଷୟକ୍ଷତି ନେଇ ରିପୋର୍ଟ ମାଗିଛନ୍ତି ଏସଆରସି ।  

        

Please follow and like us:
error