ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ ଡେ

STATE

ଆଜି ଫେବୃଆରୀ ୧୪ । ଭାଲେଣ୍ଟାଇନ ଦିବସ । ପ୍ରେମୀ ଯୁଗଳଙ୍କ ପ୍ରେମ ନିବେଦନ ଓ ସମ୍ଭାଷଣର ଦିବସ । ଆଜି ପ୍ରେମୀ ଯୁଗଳ ମନ ଦେଇଛନ୍ତି ଏହି ଦିବସଟିକୁ ଉପଭୋଗ କରିବାକୁ । ପ୍ରୀତି ସମ୍ଭାଷଣ ସହିତ କିଛି ଅନ୍ତରଙ୍ଗ ମୂହୁର୍ତ୍ତ ନିମନ୍ତେ ରହିଛି ବ୍ୟାକୁଳତା ଓ ମୂହୁର୍ତ୍ତକୁ ଅପେକ୍ଷ । ପ୍ରେମୀଯୁଗଳ ଆଜିର ଭାଲେଣ୍ଟାଇନ ଡେ କିଭଳି ପାଳନ କଲେ ସ୍ମରଣୀୟ ରହିବ, ତା’ପାଇଁ ରହିଛନ୍ତି ପ୍ରସ୍ତୁତି ଚିନ୍ତାରେ ଉଜାଗର ।

ତେବେ ଏହା ଭାରତୀୟ ପର୍ବ ନ ହୋଇଥିବାରୁ ତଥା ଏହା ଭାରତୀୟ ସଂସ୍କୃତି ଅନୁମୋଦିତ ହୋଇଅଥିବାରୁ ଅନେକ ସଂସ୍ଥା ଏହାକୁ ବିରୋଧ କରୁଛନ୍ତି । ତେଣୁ ରାଜଧାନୀରେ ସ୍ପର୍ଶକାତର ସ୍ଥାନରେ ପୋଲିସ ବ୍ୟବସ୍ଥା କରାଯାଇଛି । ଆଜି ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବ ମାନଙ୍କରେ ଏହି ପାଶ୍ଚାତ୍ୟ ଉତ୍ସବ ମନାଇବା ପାଇଁ ପ୍ରବଳ ଭିଡ ସହିତ ଫୁଲ ଦୋକାନଗୁଡିକରେ ମଧ୍ୟ ଭିଡ ଲାଗିରହିଛି ।

Please follow and like us: