ଲଞ୍ଚ ଅଟକ ସ୍ଵାଭିମାନ ଅଞ୍ଚଳରେ

STATE

ଚିତ୍ରକୋଣ୍ଡା : ଲାଲ କରିଡରରେ ୪ଟି ମୋଟର ଲଞ୍ଚ ୨ ଦିନ ଧରି ଅଟକ ଥିବାର ସୂଚନା ମିଳିଛି । ୨ ଦିନର ଅଟକ ପରେ ସେଥିମଧ୍ୟରୁ ଗୋଟିଏ ଲଞ୍ଚ ଆଜି ସିନ୍ଧିପୂଟରୁ ଫେରିଛି । ଆଉ ୩ଟି ଲଞ୍ଚ ଏବେବି ସ୍ଵାଭିମାନ ଅଞ୍ଚଳରେ ଅଟକ ରହିଛି । ଫେରିଥିବା ଲଞ୍ଚରେ ଅଛନ୍ତି ଡ୍ରାଇଭର, ହେଲପର ଓ ଖଲାସୀ ।

ଫେରିଥିବା ଲଞ୍ଚରେ ଲାଗିଛି ଭୋଟ ବର୍ଜନ ସମ୍ପର୍କିତ ପୋଷ୍ଟର । ଭୋଟ ବର୍ଜନ ପାଇଁ ଲଞ୍ଚଗୁଡିକୁ ଅଟକ ରଖାଯାଇଥିଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏକଥା ଉଲ୍ଲେଖ ରହିଛି ଯେ ୩୧ ଦଫା ପୂରଣ ନହେବାରୁ ଲଞ୍ଚକୁ ଅଟକ ରଖାଯାଇଥିଲା । ସନ୍ଦେହ କରାଯାଉଛି ଯେ ସ୍ଵାଭିମାନ ଅଞ୍ଚଳରେ ନିର୍ବାଚନ ଭଣ୍ଡୁର କରିବାକୁ ମାଓବାଦୀ ଅଟକ ରଖିଛନ୍ତି । ଯନ୍ତ୍ରୀରେ ୨ଟି ଓ ସିନ୍ଧିପୁଟରେ ୨ଟି ମୋଟର ଲଞ୍ଚ ଅଟକ ଥିଲା । ୪ଟି ଲଞ୍ଚର ୧୨ ଜଣଯାକ କର୍ମଚାରୀ ମଧ୍ୟ ଅଟକ ଥିଲେ ।

Please follow and like us:
error