ପିତୃପୁରୁଷ ଉପଲକ୍ଷେ ଦାନ ଓ ଉତ୍ସର୍ଗର ଦିନ : ମହାଳୟା

MYTHOLOGY News Stay Focused

ମହାଳୟା ଭାରତର ଏକ ଧର୍ମଭିତ୍ତିକ ପର୍ବ |ହିନ୍ଦୁମାନଙ୍କ ଦ୍ଵାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏହା ଏକ ଶ୍ରାଦ୍ଧ କର୍ମ| ପିତୃଗଣଙ୍କ ପାଇଁ ଆଜି ଦିନରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଇଥାଏ । ତେଣୁ ଏହାକୁ ପିତୃପର୍ବ ମଧ୍ୟ କହାଯାଏ। ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଯେଉଁ ଅମାବାସ୍ୟା ପଡେ଼ ତାହା ମହାଳୟା ଅମାବାସ୍ୟା ଏବଂ ଏହି ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ, ପାର୍ବଣ ଶ୍ରାଦ୍ଧ ତଥା ମଉଳା ଶ୍ରାଦ୍ଧ ବୋଲି ମଧ୍ୟ କୁହାଯାଏ |

ଅଶ୍ଵିନ ମାସର ପ୍ରଥମ ପକ୍ଷ ହେଉଛି ପିତୃପକ୍ଷ |ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣ ପ୍ରଦାନ କରାଯାଏ କରାଯାଏ ।

ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପନା କରାଯାଏ । ପିଣ୍ଡଦାନ ସମୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ ।

ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ “ଦଶହରା ବଳଦ ଯାତ୍ରା”ର ଆରମ୍ଭ ହୋଇଥାଏ । ବଡ଼ ଦେଉଳରେ ବାଇଶି ପାହାଚରେ ପିଣ୍ଡଦାନ କର୍ମ ହୁଏ ।ଜଗନ୍ନାଥଙ୍କ ପରି ଦଶହରା ସମୟରେ ମା ସମଲେଶ୍ଵରୀଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୁଏ । ଯାହା ମହାଳୟା ତିଥିରୁ ଧବଳମୁଖୀ ବେଶରୁ ଆରମ୍ଭ ହୁଏ । ଦେବୀଙ୍କ ଏହି ଅଲୌକିକ ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ଫଳ ମିଳେ ବୋଲି ବିଶ୍ବାସ ରହିଛି । ଦଶହରା ମାସ ପିତୃପକ୍ଷରେ ପରଲୋକଗତ ପିତୃପୁରୁଷଙ୍କୁ ପିଣ୍ଡପ୍ରଦାନ ପରେ ଗଙ୍ଗାସ୍ନାନ ବିଧି ରହିଥିବାରୁ ପଶ୍ଚିମ ଓଡ଼ିଶାର ଲୋକେ ବିକଳ୍ପ ସଦୃଶ୍ଯ ଦେବୀ ସମଲେଶ୍ବରୀଙ୍କ ଧବଳମୁଖୀବେଶ ଦର୍ଶନ କରିଥାଆନ୍ତି ।

Please follow and like us: