ସାରା ଦେଶରେ ଆଜି ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି

STATE

ଭୁବନେଶ୍ବର : ଆଜି ପବିତ୍ର ମକର ସଂକ୍ରାନ୍ତି । ସାରା ଦେଶରେ ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଦେଶର ଭିନ୍ନ ଭିନ୍ନ ଭାଗରେ ଭିନ୍ନ ଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଏ। ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ୟ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ୟ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ଓଡିଶାରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଉଥିବା ବେଳେ ଏହି ପର୍ବକୁ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଏବଂ ଗୁଜରାଟରେ ଉତ୍ତରାୟଣ ଭାବେ ପାଳନ କରାଯାଏ । ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କୁ ମକର ଚୌରାସୀ ବେଶରେ ସୁସଜିତ କରାଯାଏ ଓ ମକର ଚାଉଳ ଲାଗି କରାଯାଏ। ନୂଆ ଅରୁଆ ଚାଉଳ, ନୂଆ ଗୁଡ, କଦଳୀ, ଛେନା, ଘିଅ ଆଦିରେ ଏହି ମକର ଚାଉଳ ପ୍ରସ୍ତୁତ କରାଯାଏ।

Please follow and like us:
error