ମୁସଲମାନ ଭୋଟଙ୍କୁ ଧମକ ଦେଲେ ମେନକା ଗାନ୍ଧୀ!

NATIONAL POLITICS

ସୁଲତାନପୁର : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ସୁଲତାନପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ମୁସଲମାନମାନଙ୍କୁ ଖୋଲା ଧମକ ଦେଇଥିବା ଜଣା ପଡ଼ିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁଲତାନପୁରରେ ରହୁଥିବା ମୁସଲମାନମାନଙ୍କୁ ସମ୍ବୋଧନ କରି, ଯଦି ମୁଁ ସୁଲତାନପୁରରେ ରହୁଥିବା ମୁସଲମାନମାନଙ୍କ ଭୋଟ୍ ବିନା ନିର୍ବାଚନ ଜିତୁଛି, ତେବେ ଭବିଷ୍ୟତରେ ମୁଁ ସେମାନଙ୍କୁ କୌଣସି କାମରେ ସାହାଯ୍ୟ କରିବି ନାହିଁ ବୋଲି ଖୋଲା ଖୋଲି ଭାବରେ କହିଥିଲେ ମାନେକା ଗାନ୍ଧୀ । ତାଙ୍କର ଏଭଳି ଅନ୍ଦାଜକୁ ଲୋକେ ନାପସନ୍ଦ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ନିର୍ବାଚନୀ ସଭାରେ ଯୋଗ ଦେଇ ସେଠାରେ ଉପସ୍ଥିତ ଥିବା ମୁସଲମାନ ଭାଇ-ଭଉଣୀମାନଙ୍କ ସ୍ପଷ୍ଟ ଭାଷାରେ ଧମକ ଦେଇଥିଲେ ମାନେକା ଗାନ୍ଧୀ । ନିଜର ଅଭିଭାଷଣ ରଖି, ମୁଁ ଲୋକମାନଙ୍କ ଭଲ ପାଇବା ପାଇଁ ଜିତୁଛି ଏବଂ ଆଗକୁ ଜିତିବି ମଧ୍ୟ । ଯଦି ମୁଁ ଏହି ନିର୍ବାଚନ ମୁସଲମାନ ଭାଇ-ଭଉଣୀମାନଙ୍କ ଭୋଟ୍ ବିନା ଜିତେ, ତେବେ ମୋତେ ଜମା ବି ଭଲ ଲାଗିବ ନାହିଁ । ଯଦି ଏଭଳି ହୁଏ, ମୋ ମନ ଖଟା ହୋଇଯିବ । ଯଦି ପରେ କୌଣସି ମୁସଲମାନ ମୋ ପାଖକୁ କୌଣସି ସାହାଯ୍ୟ ପାଇଁ ଆସେ, ତେବେ ମୁଁ ସେମାନଙ୍କୁ ସାହାଯ୍ୟ କରିବି ନାହିଁ । କେବଳ ଦେବା ଯୁଗ ଗଲା। ଭୋଟ୍ ଦେଲେ ଯାଇ ମୁଁ ସାହାଯ୍ୟ କରିବା ବିଷୟରେ ଭାବିବି । ମୁସଲମାନ ଭାଇ-ଭଉଣୀମାନଙ୍କୁ ଜାଣି ରଖିବା ଦରକାର, ସେମାନଙ୍କ ଭୋଟ୍ ବିନା ମୁଁ ଜିତି ପାରିବି ଏବଂ ସେମାନଙ୍କ ଭୋଟ୍ ସହ ମଧ୍ୟ ମୁଁ ଜିତି ପାରିବି । ଏବେ ନିଷ୍ପତ୍ତି ସେମାନଙ୍କ ହାତରେ ବୋଲି କହିଥିଲେ ମାନେକା ଗାନ୍ଧୀ ।

Please follow and like us:
error