ଦୁଇଟି ଛୁଆର ମା ଦେହସୁଖର ଲୋଭରେ ପରପୁରୁଷ ସହ ଫେରାର

STATE

ପୁରୀ : ଦେହସୁଖର ଲାଳସା ଏତେ ଯେ ତୀବ୍ର ହୋଇପାରେ, ଯାହାପାଇଁ ଦୁଇ ଦୁଇଟା ଛୁଆଙ୍କୁ ଛାଡି ଦେଇ ମା ପରପୁରୁଷ ସହିତ ଫେରାର ହୋଇଯାଇଥିଲା । ଥରେ ବି ଭାବିଲାନି ନିଜ ଘର ସଂସାର କଥା, ଭାବିଲାନି ସ୍ଵାମୀ ଆଉ ଦୁଇଟି କୋମଳମତି ଛୁଆଙ୍କ କଥା । ହେଲେ ଦୈହିକ ସୁଖ ପାଇଁ ସେମାନେ ପୁରୀକୁ ଆସି ସମୁଦ୍ରକୂଳରେ ଥିବା ସି ଭିୟୁ ନାମକ ହୋଟେଲ ସାମନାରେ ବୁଲୁ ଥିବାବେଳେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ହାତରେ ପଡିଥିଲେ । ପ୍ରେମିକ ପରପୁରୁଷଙ୍କ ନାମରେ କଟକରେ ଯୁବତୀଙ୍କୁ ଅପହରଣ ମାମଲା ଥିବାରୁ କଟକ ପୋଲିସ ପୁରୀ ଆସି ସେମାନଙ୍କୁ ପୁରୀରୁ ନେଇଯାଇଛି ।

ପ୍ରାପ୍ତ ସଂବାଦ ଅନୁଯାୟୀ, ବାଣପୁର ପାତ୍ରପୁର ନିବାସୀ ସଂଜୀବ ନାୟକ ବୟସ ୩୫ କଟକରୁ ଜଣେ ଦୁଇଟି ସନ୍ତାନର ମା’କୁ ନେଇ କଟକରୁ ଫେରାର ହୋଇଯାଇଥିଲେ । ଏନେଇ କଟକରେ ମହିଳାଙ୍କ ସ୍ଵାମୀ ଥାନାରେ ଅଭିଯୋଗ କରିବାରୁ ଏକ ଅପହରଣ ମାମଲା ରୁଜୁ କରଯାଇଥିଲା । ଅଭିଯୁକ୍ତ ପ୍ରେମିକ ଯୁଗଳ କଟକରୁ ପୁରୀ ଆସି ସମୁଦ୍ରକୂଳରେ ହୋଟେଲ ସି ଭିୟୁ ସମ୍ମୁଖରେ ବିଚରଣ କରୁଥିବାବେଳେ ମହିଳାଙ୍କ ସ୍ଵାମୀ ଓ ନଣନ୍ଦେଇ ପ୍ରମୁଖ ସେମାନଙ୍କୁ ଖୋଜି ଖୋଜି ସେଠାରେ ଦେଖିଥିଲେ ଓ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପାଟିତୁଣ୍ଡ ଓ ଠେଲାପେଲା ହେଉଥିବା ସମୟରେ ସମୁଦ୍ରକୂଳ ଥାନା ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲେ । ତଦନ୍ତ ସମୟରେ ପୋଲିସ ସେମାନଙ୍କ ବିରୁଦ୍ଧରେ କଟକ ଥାନାରେ ଅଭିଯୋଗ ଥିବା ଜାଣିବାକୁ ପାଇଥିଲେ । ତାପରେ କଟକ ପୋଲିସ ଆସି ଅଭିଯୁକ୍ତ ପ୍ରେମୀ ଯୁଗଳକୁ କଟକ ନେଇଯାଇଥିଲେ ।

Please follow and like us: