ଆତଙ୍କି ଆଝାର ମନରେ ଆତଙ୍କ

INTERNATIONAL

ଗତ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ କାଶ୍ମୀରର ପୁଲୱାମାଠାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଘଟଣାରେ ମାଷ୍ଟରମାଇଣ୍ଡ ବୋଲି ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କୁ ଦାୟୀ କରାଯାଉଛି । ଏନେଇ ଭାରତ ନିର୍ଦ୍ଦିଷ୍ଟ ପ୍ରମାଣ ମଧ୍ୟ ପାଇଛି । ତେବେ ଏହି ଆତଙ୍କି ମନରେ ଏବେ ଆତଙ୍କ ଭରିଯାଇଛି । ତାର ନିରଙ୍କୁଶ କାର୍ଯ୍ୟକଳାପ ଉପରେ ଏବେ ଅଙ୍କୁଶ ଲାଗିବାକୁ ଯାଉଛି । ପୁଲୱାମା ଘଟଣା ପରେ ଆଝାରକୁ କଳାତାଳିକାଭୁକ୍ତ କରିବାକୁ ଜାତିସଂଘ ନିରାପତ୍ତା ପରିଷଦର ୧୨୬୭ ଅଲ କାଏଦା କାର୍ଯ୍ୟାନୁଷ୍ଠାନ କମିଟିରେ ଫ୍ରାନ୍ସ, ବ୍ରିଟେନ ଓ ଆମେରିକାର ପ୍ରସ୍ତାବ ଉପରେ ଚାଇନା ବୈଷୟିକ ପ୍ରତିବନ୍ଧକ ଲଗାଇଥିଲା ।

ହେଲେ ଏହି ପ୍ରସଙ୍ଗ ନେଇ ଚାଇନା ଏବେ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଯାଉଛି ବୋଲି ଜଣାପଡିଛି । ନିକଟରେ ଚାଇନା ରାଷ୍ଟ୍ରପତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଦିନ ପରେ ଏଭଳି ସୂଚନା ଦେଇଛନ୍ତି । ଉପଯୁକ୍ତ ସମାଧାନ ନେଇ ଚାଇନା ବହିର୍ବ୍ୟପର ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ ଶୁଆଙ୍ଗଙ୍କ ସୂଚନା ପରିପ୍ରେକ୍ଷୀରେ ବୈଷୟିକ ପ୍ରତିବନ୍ଧକ ଚାଇନା ଉଠାଇପାରେ ବୋଲି ଅନୁମାନ କରାଯାଉଛି ।

Please follow and like us: