Odisha Infocus

ପୁଣି ଲଜ୍ଜା, ଯୋଡାରେ ନାବାଳିକାକୁ ଗଣଦୁଷ୍କର୍ମ

STATE

ପୁଣି ଏକ ଗଣଦୁଷ୍କର୍ମ ଘଟଣା ନଜରକୁ ଆସିଛି । ୫ ଜଣ ଦୁଷ୍କର୍ମକାରୀ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରି ଛାଡି ପଳାଇଛନ୍ତି । ଦୁଷ୍କର୍ମ ଘାରିଛି କେନ୍ଦୁଝର ଯୋଡା ଥାନା ଅଞ୍ଚଳରେ । ଦୁଷ୍କର୍ମ ଦ୍ଵାରା ନାବାଳିକାର ଅବସ୍ଥା ଗୁରୁତର ହୋଇଛି। ତାକୁ ଯୋଡା ଟିସ୍କୋ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଯୋଡା ଥାନା ପୋଲିସ ଅଟକ ରଖିଛି ।

ଗତକାଲି ସନ୍ଧ୍ୟାରେ ନାବାଳିକା ଜଣେ ସମ୍ପର୍କୀୟଙ୍କ ସହିତ ମାମୁଁଘର ଯାଉଥିଲେ । ଚାଲି ଚାଲି ସେମାନେ ଯାଉଥିଲେ । ବାଟରେ ସେମାନଙ୍କୁ ୫ ଜଣ ଯୁବକ ଅଟକାଇଥିଲେ । ସମ୍ପର୍କୀୟଙ୍କୁ ଅନ୍ୟତ୍ର ପଠାଇ ଦେଇ ନାବାଳିକାକୁ ଜବରଦସ୍ତି ଉଠାଇ ନେଇଥିଲେ ଅଭିଯୁକ୍ତମାନେ । ନିକଟରେ ଥିବା ଏକ ପଡିଆରେ ଗଣଦୁଷ୍କର୍ମ କରି ଛାଡି ପଳାଇଥିଲେ । ସମ୍ପର୍କୀୟଠାରୁ ଖବର ପାଇ ପରିବାର ଲୋକେ ପହଞ୍ଚିଥିଲେ । ଖୋଜାଖୋଜି କରି ପଡିଆରୁ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ପୋଲିସରେ ଖବର ଦେଇଥିଲେ ।

Please follow and like us:
error