ରାଜ୍ୟପାଳଙ୍କ ଅଭିଭାଷଣରେ ଭୁବନେଶ୍ଵର କଟକ ମଧ୍ୟରେ ମେଟ୍ରୋ ରେଲୱେ ଗଡିବା ଖବର

STATE

ଆଜି ଚାଲିଛି ଷୋଡଶ ଓଡିଶା ବିଧାନସଭାର ପ୍ରଥମ ଅଧିବେଶନ । ବିଧାନସଭା ଆରମ୍ଭରେ ରାଜ୍ୟପାଳ ଅଭିଭାଷଣ ଦେଇଥିଲେ । ପ୍ରଥମେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ । ତାପରେ ସାମୁଦ୍ରିକ ବାତ୍ୟା ‘ଫୋନି’ କାରଣରୁ କିପରେ ବ୍ୟାପକ କ୍ଷୟକ୍ଷତି ଘଟିଲା ଓ ତାହାକୁ ସଫଳତାର ସହ ରାଜ୍ୟ ସରକାର ମୁକାବିଲା କଲେ ସେନେଇ ଜଣାଇବା ସହିତ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟପାଳ କହିଥିଲେ, “ଲୋକଙ୍କ ଭରସା ଓ ବିଶ୍ଵାସକୁ ବଜାୟ ରଖିବାକୁ ଆମେ ସଂକଳ୍ପବଦ୍ଧ । ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ପାଳନ ପାଇଁ ସରକାର ଗଠନର ପ୍ରଥମ ଦିନରୁ ହିଁ କାମ ଆରମ୍ଭ ହୋଇଛି । କାଳିଆ ଯୋଜନାରେ ଭୂମିହୀନ, ଭାଗ ଚାଷୀଙ୍କୁ ସାମିଲ କରାଯାଇଛି । କୃଷିର ବିକାଶ ଓ କୃଶକ ସଶକ୍ତିକରଣ ଆମର ମୂଳ ଲକ୍ଷ୍ୟ ।”

ଅଭିଭାଷଣରେ ସେ ପ୍ରକାଶ କରିଥିଲେ ଯେ ଭୁବନେଶ୍ଵର ଓ କଟକକୁ ମେଟ୍ରୋ ରେଲୱେ ଯୋଡିବା ପାଇଁ ଉଦ୍ୟମ କରାଯାଉଛି । ଏହାପରେ ସେ ନିମ୍ନଲିଖିତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

* ମିସନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ ହଜାର କୋଠିର କାମ ମିଳିବ ।
* ହାଇସ୍କୁଲରେ ଆଇଟି ଲ୍ୟାବ ଓ ସବୁ ବୈଷୟିକ ଶିକ୍ଷାନୁଷ୍ଠାନରେ ୱାଇଫାଇ ସୁବିଧା ମିଳିବ ।
* ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଆଇନ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି ।
* ଭୁବନେଶ୍ଵରରେ ବିଶ୍ଵସ୍ତରୀୟ ହକି କ୍ରୀଡା ଭିତ୍ତିଭୂମି ବିକଶିତ ହୋଇଛି ।
* ସୁନ୍ଦରଗଡରେ ବିଶ୍ଵସ୍ତରୀୟ ହକି ଖେଳାଳିଙ୍କ ପାଇଁ ଆଷ୍ଟ୍ରୋଟର୍ଫ କରାଯାଇଛି ।
* ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତା ରାସୀ ବୃଦ୍ଧି ହୋଇଛି ।
* ମହିଳାଙ୍କ ସ୍ୱାସ୍ଥ୍ୟ ସହାୟତା ରାସୀ ୭ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି ।
* ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା କରିବାକୁ ଉଦ୍ୟମ ଜାରି ରହିଛି ।
* ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କ ଭତ୍ତା ରାସୀ ବୃଦ୍ଧି କରାଯାଇଛି । ଏମଏସଏମଇର ବିକାଶ ଲାଗି
   ସ୍ଵତନ୍ତ୍ର କରିଡର ସ୍ଥାପନ କରାଯାଇଛି । ୫ଟି ମ୍ୟୁନିସିପାଲ କର୍ପୋରେସନକୁ ସ୍ମାର୍ଟ ସିଟି ପାଇଁ
   ଉଦ୍ୟମ ଚାଲିଛି ।
* ପୁରୀ ବିଶ୍ଵ ଐତିହ୍ୟ ନଗରୀ ରୂପେ ପରିଗଣିତ ହେବ ।

Please follow and like us:
error