ଅଫୁଟା ବାଣ ଫୁଟାଇବାକୁ ଯାଇ ନାବାଳକର ମୃତ୍ୟୁ

STATE

ଖୁସି ମନରେ ଖେଳୁଥିଲା ନାବାଳକଟିଏ । ହଠାତ ତାର ନଜରରେ ପଡିଲା ବାଟରେ ପଡିଛି ଗୋଟିଏ ଅଫୁଟା ବାଣ । ମନ ଖୁସି ହୋଇଗଲା । ବହୁ ଦିନ ପରେ ସୁଯୋଗ ମିଳିଛି ବାଣଟିଏ ଫୁଟାଇବାକୁ । ସେ ତେଣୁ ଆଉ ଡେରିକଲା ନାହିଁ । ବାଣଟିକୁ ଆଣି ସେଥିରେ ଅଗ୍ନି ସଂଯୋଗ କଲା । ହେଲେ ସେ କଅଣ ଜାଣିଥିଲା ଯେ ମୃତ୍ୟୁ ତାକୁ ବାଟ କଢେଇ ନେଇଛି ବୋଲି । ଅଫୁଟା ବାଣଟି ଫୁଟି ତାର ପ୍ରାଣ ନେଇଗଲା ।

loading...

ଏଭଳି ଦୁଃଖଦ ଘଟଣାଟି ଘଟିଛି ନୀଳଗିରି ଅଞ୍ଚଳର ଔପଦା ବ୍ଲକ ବଳରାମପାଟଣା ଗାଁରେ । । ଗତକାଲି ଏକ ବିବାହ ଶୋଭାଯାତ୍ରାରେ ବାଣଟିଏ ନଫୁଟି ରାସ୍ତାରେ ପଡିରହିଥିଲା । ବାଣଟିକୁ ପାଇ ଫୁଟାଇବାକୁ ନାବାଳକଟି ଚେଷ୍ଟା କରୁଥିବା ବେଳେ ବାଣଟି ଫୁତିଯାଇଥିଲା । ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଦୁଃଖ ଭରିଦେଇଛି ।

Please follow and like us:
error
loading...