ହାତବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର

STATE

ସୋର ଅଞ୍ଚଳରେ ଜଣେ ଅଚେତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ବେଳେ ତାଙ୍କର ହାତ ବନ୍ଧା ଅବସ୍ଥାରେ ରାସ୍ତା କଡରୁ ଉଦ୍ଧାର କରାଯାଇଛି । ଖଇରା ଥାନା ତୋରାଣିପଦା ନିକଟ ରାସ୍ତା କଡରେ ନାବାଳିକା ଜଣଙ୍କ ହାତବନ୍ଧା ଅବସ୍ଥାରେ ଅଚେତ ପଡିରହିଥିଲେ । ତାଙ୍କୁ ଖଇରା ଅଗ୍ନିଶମ ଅଧିକାରୀ ରାସ୍ତା କଡରୁ ଉଦ୍ଧାର କରିଛନ୍ତି ।

ନାବାଳିକାଙ୍କ ପକେଟରୁ ମିଳିଛି ଏକ ବ୍ୟାଙ୍କ ରସିଦ । ଫଳରେ ସେହି ରସିଦ ସାହାଯ୍ୟରେ ତାଙ୍କର ପରିଚୟ ମିଳିପାରିଛି । ବ୍ୟାଙ୍କ ରସିଦ ଅନୁସାରେ ନାବାଳିକା ଜଣଙ୍କ ସୁନ୍ଦରପୂର ଅଞ୍ଚଳର ବୋଲି ଜଣାପଡିଛି । ଅଚେତ ନାବାଳିକାଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

Please follow and like us: