ନାବାଳକକୁ ଚେନରେ ବାନ୍ଧି ନିସ୍ତୁକ ମାଡ

STATE

ପାରାଦୀପରେ ଘଟିଛି ନୃଶଂସ ଅତ୍ୟାଚାର । ଜଣେ ନାବାଳକକୁ ଇଞ୍ଜିନିୟରିଂ ୱାର୍କସପ ଭିତରେ ମାଡ ମରାଯାଇଛି । କାଳେ ସେ ଖସି ପଳାଇବ, ସେଥିପାଇଁ ତାକୁ ଏକ ଚେନରେ ବାନ୍ଧି ନିର୍ଦ୍ଧୂମ ପିଟିଛନ୍ତି ୨ ଜଣ ଯୁବକ ।

ଭୂତମୁଣ୍ଡାଇ ସ’ମିଲ ଗଡା ସ୍ଥିତ ଏକ ଇଞ୍ଜିୟରିଙ୍ଗ ୱାର୍କସପରେ ଏକ ୧୩ ବର୍ଷର ନାବାଳକ ଶ୍ରମିକ ରୂପେ କାମ କରୁଥିଲା। କୌଣସି କାରଣ ପାଇ ତାକୁ ୨ଜଣ ଯୁବକ ଚେନରେ ବାନ୍ଧି ନିର୍ଦ୍ଧୂମ ପିଟୁଥିବାବେଳେ ନାବାଳକର ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଜଣେ ମହିଳା ପୋଲିସକୁ ଜଣାଇଥିଲେ । ଖବର ପାଇ ଲକ ପୋଲିସ ଆସି ଘଟଣାସ୍ଥଳରୁ ନାବାଳକକୁ ଉଦ୍ଧାର କରି ଥାନାକୁ ଆଣିଥିଲେ ।  

Please follow and like us:
error