ନାବାଳିକା ଚାଲାଣ ଧରାପଡିଲା ରାଉରକେଲା ଷ୍ଟେସନରେ

STATE

ରାଉରକେଲା ଷ୍ଟେସନରୁ ଧରାପଡିଲା ମାନବ ଚାଲାଣ । ସେଥିରେ ଅଛନ୍ତି ୯ଜଣ ନାବାଳିକା ଓ ୨ଜଣ ନାବାଳକ । ସେମାନଙ୍କୁ ଷ୍ଟେସନରେ ଛିଡା ହୋଇଥିବା ହାୱଡା-ମୁମ୍ବାଇ ଏକ୍ସପ୍ରେସରୁ  ଉଦ୍ଧାର କରାଯାଇଛି । ସେମାନଙ୍କୁ ନିଆଯାଉଥିବା ଖବର ପାଇ ଛାଇଲ୍ଡ ଲାଇନ ଓ ଜିଆରପି ଷ୍ଟେସନରେ ପହଞ୍ଚି ଉଦ୍ଧାର କରିଥିଲା ।

loading...

ଉଦ୍ଧାର କରାଯିବା ପରେ ସମସ୍ତଙ୍କୁ ସର୍ଟଷ୍ଟେ ହୋମକୁ ସ୍ଥାନାନ୍ତର କରାଯାଇଛି । ତେବେ ସେମାନଙ୍କୁ ନେଇ ଯାଉଥିବା ୨ଜଣ ଦଲାଲଙ୍କୁ ଅଟକ ରଖାଯାଇଛି । ସେମାନଙ୍କୁ ବିହାରର କଟିହାର ଅଞ୍ଚଳରୁ ମୁମ୍ବାଇ ଚାଲାଣ କରାଯାଉଥିବା ଜିଆରପି ସୂଚନା ଦେଇଛି । ଘଟଣାର ସବିଶେଷ ତଦନ୍ତ କରାଯାଉଛି ।

Please follow and like us:
error
loading...