ତେଲକୋଇରେ ବିରୁଡି ଆକ୍ରମଣ

STATE

            ତେଲକୋଇର ବାଂଶପାଳ ଥାନା ଅନ୍ତର୍ଗତ ଲାଞ୍ଜିପଦା ଗାଁରେ ବିରୁଡି ଆକ୍ରମଣରେ ଗୋଟିଏ ଶିଶୁ ମୃତ୍ୟୁବରଣ କରିଛି । ଏହା ସହିତ ୮ଜଣ ମହିଳା ଗୁରୁତର ହୋଇଛନ୍ତି । ବିଲକୁ ସାଙ୍ଗ ହୋଇ ଯାଉଥିବାବେଳେ ବିରୁଡି ସେମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ସହିତ ଥିବା ଏକ ଦେଢ ବର୍ଷର ଶିଶୁକୁ ଛାଡି ଦେଇ ସେମାନେ ପଳାଇବାରୁ ବିରୁଡି ଆକ୍ରମଣରେ ଶିଶୁଟି ମୃତ୍ୟୁ ବରଣ କରିଥିଲା । ଗୁରୁତର ୮ ଜଣଙ୍କ ମଧ୍ୟରୁ ୫ଜଣ ବାଂଶପାଳ ଓ ୩ଜଣ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

@OdishaInfocus News Desk

Please follow and like us: