ବିଧାୟକଙ୍କୁ ହତ୍ୟା ଷଡଯନ୍ତ୍ର (?)

POLITICS STATE

            ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ (MLA Prakash Chandra Behera) ଡ୍ରାଇଭର ଗତ ଶୁକ୍ରବାର ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ଯେ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ହତ୍ୟା କରିବା ଷଡଯନ୍ତ୍ର ହେଇ ଆକ୍ରମଣ ହେଇଛି । ତାଙ୍କ ଏଣ୍ଡୋଭର କାରଟି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗରୁଡଗାଁ ପଞ୍ଚାୟତରୁ ସପନପୁର ଯାଉଥିବାବେଳେ ସଫା-ସପନପୁର ରାସ୍ତାରେ ବିପରୀତ ଦିଗରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ଜୋରରେ ଧକ୍କା ଦେଇଥିଲା । ଫକଳରେ କାରଟି ଭାଙ୍ଗିରୁଜି ଚୁରମାର ହେଇଯାଇଛି । ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇ ଟ୍ରକ ଡ୍ରାଇଭରକୁ ପଚାରିବାରୁ କହିଲା, ଏ କାର ପପୁ ଭାଇଙ୍କର । କାରକୁ ଧକ୍କା ଦେଲେ କଣ ହେଇଗଲା ।

loading...

            ତଡନ୍ତରୁ ପୋଲିସ ଜାଣିପାରିଛି ଯେ ଯେଉଁ ସ୍ଥାନରେ କାରକୁ ଟ୍ରକ ଧକ୍କା ଦେଇଥିଲା, ସେ ସ୍ଥାନରେ ରାସ୍ତା ବେଶ ଚଉଡା । ତେଣୁ ଜାଣିଶୁଣି ବିଧାୟକଙ୍କ କେହି ଶତ୍ରୁ ଏପରି କାଣ୍ଡ ଘଟାଇଛି ।

            ଏହାର ଏକ ବିଧିବଦ୍ଧ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଧାୟକ ପ୍ରକାଶ କରିଛନ୍ତି ।

Please follow and like us:
error
loading...