ନୂଆ ପରିବହନ ଆଇନର କରାମତି, ବିଧାୟକ ଗଣିଲେ ୫୦୦ ଟଙ୍କା ତଣ୍ଡ

STATE

ନୂଆ ପରିବହନ ଆଇନ ଲାଗୁ ହେବା ପରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିବାବେଳେ ଆଜି ଘଟିଛି ଏକ କୌତୁହଳପୂର୍ଣ ଘଟଣା । ରାଜନୈତିକ ବ୍ୟକ୍ତି, ପୋଲିସ କର୍ମଚାରୀ ଓ ବିଶିଷ୍ଟ ବ୍ୟକ୍ତି ତଥା ସରକାରୀ ଗାଡିକୁ ବେନିୟମ କଲେ ମଧ୍ୟ ଛାଡି ଦିଆଯାଉଛି ବୋଲି ଅଭିଯୋଗ ହେଉଥିବା ସମୟରେ ଆଜି କିନ୍ତୁ ଭୁବନେଶ୍ଵରରେ ଜଣେ ବିଧାୟକ ନିୟମ ଭଙ୍ଗ କରିଥିବା ଯୋଗୁ ୫୦୦ ଟଙ୍କା ତଣ୍ଡ ଦେଇଛନ୍ତି ।

loading...

ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଫାଇନ କରାଯାଇଥିଲା । ଏଜି ଛକରେ ବେଆଇନ ପାର୍କିଂ କରିଥିବାରୁ ତାଙ୍କୁ ୫୦୦ ଟଙ୍କା ଜରିମାନା କରାଯାଇଥିଲା । ଏସସିପିଙ୍କ ଉପସ୍ଥିତିରେ ଜରିମାନା ଗଣିଥିଲେ ବିଧାୟକ । କୌତୁହଳର ବିଷୟ ହେଉଛି ନିଜେ ବିଧାୟକ ସଡକ ସୁରକ୍ଷା ସଚେତନତା ପାଇଁ ଆସି ଫସିଥିଲେ । ଲୋକଙ୍କୁ ଚକୋଲେଟ, ଲିଫଏଲଇଟି ବାଣ୍ଟି ସଚେତନ କରୁଥିଲେ । ଜରିମାନା ଦେବାପରେ ଦୋଷ ମାନିଲେ ବିଧାୟକ । ସେ କହିଥିଲେ, “ମୋ ଡ୍ରାଇଭରର ଗାଡି ପାର୍କିଂ ଭୁଲ ଥିଲା, ସେଥିପାଇଁ ଜରିମାନା ଆଦାୟ କଲେ । ଆଇନ ସମସ୍ତଙ୍କ ପାଇଁ ସମାନ, ଆମେ ମାନିବାନି କାହିଁକି ?” ଆଇନ ଆଗରେ ସମସ୍ତେ ସମାନ । ଯେ କେହି ଆଇନ ଅମାନ୍ୟ କଲେ ଜରିମାନା ଦେବେ ବୋଲି ମଧ୍ୟ କହିଥିଲେ ଡ଼ିସିପି ।  

Please follow and like us:
error
loading...