ବାତ୍ୟା ଅମ୍ଫାନ୍ ନେଇ ପଶ୍ଚିମବଙ୍ଗକୁ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

NATIONAL

ପଶ୍ଚିମବଙ୍ଗ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଛନ୍ତି। ଏହି ସର୍ଭେ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗକୁ ୧୦୦୦ କୋଟି ଟଙ୍କାର ପ୍ରାରମ୍ଭିକ ସହାୟତା ଘୋଷଣା କରିଛନ୍ତି । ଏଥିସହ ଖୁବ୍ ଶୀଘ୍ର କେନ୍ଦ୍ରର ଏକ ଟିମ୍ ରାଜ୍ୟକୁ ଆସି ବିସ୍ତୃତ ସର୍ଭେ କରିବ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବିମାନ ସର୍ଭେ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଦେଶରେ କରୋନା ଜୀବାଣୁ ସଙ୍କଟ ଦେଖାଦେଇଛି, ସେତେବେଳେ ଏହି ଝଡ ଦ୍ୱାରା ଦେଶର ପୂର୍ବାଞ୍ଚଳକୁ ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ବାତ୍ୟା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିଲେ, କିନ୍ତୁ ଏହା ସତ୍ତ୍ୱେ ବି ଆମେ ୮୦ ଜଣଙ୍କୁ ହରାଇଛୁ । ଏହି ବାତ୍ୟା ଯୋଗୁଁ ବହୁ ସମ୍ପତ୍ତି ନଷ୍ଟ ହୋଇଛି ଯେଉଁଥିରେ ଘର ଦ୍ୱାର ଓ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦୦ କୋଟି ଟଙ୍କାର ପ୍ରାରମ୍ଭିକ ଅର୍ଥିକ ସହାୟତା ବ୍ୟତୀତ ବାତ୍ୟା ଦ୍ୱାରା ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତକଙ୍କ ପରିବାର ଲୋକଙ୍କୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରିଛନ୍ତି । ଏହା ସହ ବାତ୍ୟା ଦ୍ୱାରା ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହୟତା ମଧ୍ୟ ପ୍ରଦାନ କରିଛନ୍ତି ।

Please follow and like us: