ଫେସବୁକରେ ଟ୍ରମ୍ପଙ୍କୁ ପଛରେ ପକାଇଲେ ମୋଦୀ

INTERNATIONAL

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଫେସବୁକରେ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପକୁ ପଛରେ ପକାଇଥିବା ଜଣାପଡ଼ିଛି । ଟ୍ରମ୍ପଙ୍କୁ ପଛରେ ପକାଇବା ସହ ସେ ଏବେ ବିଶ୍ୱର ବହୁ ଚର୍ଚ୍ଚିତ ପାଲଟି ଯାଇଛନ୍ତି । ଫେସବୁକରେ ତାଙ୍କୁ ‘ମୋଷ୍ଟ ପପୁଲାର ଓ୍ଵାଲର୍ଡ ଲିଡର’ ଟ୍ୟାଗ୍ ଦିଆ ଯାଇଥିବା ବେଳେ ଟ୍ରମ୍ପଙ୍କଠାରୁ ବହୁ ଆଗରେ ରହିଛନ୍ତି ମୋଦୀ ।

ସୂଚନା ମୁତାବକ, ଫେସବୁକରେ ମୋଦୀଜୀ ନିଜ ବ୍ୟକ୍ତିଗତ ପେଜରେ ୪୩.୫ମିଲିୟନ ଲାଇକ୍ସ ଏବଂ ଅଧିକାରୀକ ପେଜରେ ୧୩.୭ମିଲିୟନ ଲାଇକ୍ସ ପାଇ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପାଲଟି ଯାଇଛନ୍ତି । ମୋଦୀଙ୍କ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ନାଁ ରହିଛି । ଡୋନାଲଡ୍ ଟ୍ରମ୍ପଙ୍କ ବ୍ୟକ୍ତିଗତ ପେଜରେ ୨୩ମିଲିୟନ ଲାଇକ୍ସ ମିଳିଥିବା ବେଳେ ତାଙ୍କ ତଳେ ରହିଛି ଜୋର୍ଡାନର ମହାରାଣୀ ରାନିଆଙ୍କ ନାଁ । ମହାରାଣୀ ରାନିଆଙ୍କ ବ୍ୟକ୍ତିଗତ ପେଜରେ ତାଙ୍କୁ ୧୬.୯ ମିଲିୟନ ଲାଇକ୍ସ ମିଳିଥିବା ଜଣାପଡ଼ିଛି । ଏହି ସୂଚନା ‘୨୦୧୯ ଓ୍ଵାଲର୍ଡ ଲିଡର୍ସ ଅନ୍ ଫେସବୁକ ’ ତରଫରୁ ଦିଆ ଯାଇଛି ।

Please follow and like us: