ମୌସୁମୀ ଖେଳୁଛି ଲୁଚକାଳି, ଦେଖାଦେବ ୩୦ରେ

Weather

ଏଥର ସ୍ଵାଭାବିକଠାରୁ ୨୪% କମ ବୃଷ୍ଟିପାତ ଏ ପର୍ଯ୍ୟନ୍ତ ହୋଇଛି ବୋଲି ଆକଳନ କରାଯାଇଛି । ସାରା ରାଜ୍ୟରେ ଆସନ୍ତା ୩୦ରୁ ବର୍ଷାର ପରିମାଣ ବଢିବ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବର୍ଷା ହେବ । ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ବଢିବ ବୋଲି ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ଓ ଦକ୍ଷିଣ ଓଡିଶା ବ୍ୟତୀତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପୂର୍ବନୁମାନ କରାଯାଇଛି ।

loading...

ଏହା ସତ୍ତ୍ୱେ ଦକ୍ଷିଣ ଓଡିଶାରେ ବର୍ଷା ସାମାନ୍ୟ କମ ରହିବ ବୋଲି ଅନୁମାନ କରାଯାଉଛି । ମୌସୁମୀ ଆଗମନର ଦୁଇଦିନ ପରେ ରାଜ୍ୟରେ ଏବେ ପାଗ ଶୁଖିଲା ଦେଖିବାକୁ ମିଳିଛି । ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଯାଇଛି । ଏଭଳି ପାଗ ୨୯ ତାରିଖ ଯାଏଁ ରହିବ ବୋଲି ଅନୁମାନ । ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଘଟି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହିତ ଲଗାତର ୪ ଦିନ ବର୍ଷା ଲାଗି ରହିବ ।

Please follow and like us:
error
loading...