Forged note

ବିଜେପି ପ୍ରାର୍ଥୀଙ୍କ ଗାଡିରୁ ୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ

STATE

ବର୍ତ୍ତମାନ ଚାଲିଛି ନିର୍ବାଚନ । ଏହି ସମୟରେ ଭୋଟରମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଚାଲିଛି ବିଭିନ୍ନ ପ୍ରକାର ପ୍ରଚେଷ୍ଟା । ସାରା ଭାରତରେ ନିର୍ବାଚନରେ ଜିତିବାକୁ ଏବେ ଚାଲିଛି ଟଙ୍କାର ଖେଳ । ବିଭିନ୍ନ ସ୍ଥାନରେ ତେଣୁ ଚଢାଉ ହୋଇ ମିଳୁଛି ବିପୁଳ ପରିମାଣର ଟଙ୍କା । ତେବେ ଏହା କେବଳ ଟଙ୍କାରେ ସୀମିତ ନାହିଁ । ଟଙ୍କା ବ୍ୟତୀତ ମଦ, ଶାଢୀ, ଗ୍ୟାସ ଚୁଲା, ରେଫ୍ରିଜରେଟର, ଗ୍ରାଇଣ୍ଡର ଆଦି ଅନେକ ଲୋଭନୀୟ ଜିନିଷ ।

ଆମ ରାଜ୍ୟ ଓଡିଶାରେ ମଧ୍ୟ ଦେଖିବାକୁ ମିଳୁଛି ଏହି ପ୍ରକାର ପ୍ରଲୋଭନ । ଆଜି ସଦ୍ୟ ପ୍ରାପ୍ତ ଖବର ଅନୁଯାୟୀ ଢେଙ୍କାନାଳର ହିନ୍ଦୋଳ ବିଜେପି ପ୍ରାର୍ଥୀଙ୍କ ଗାଡିରୁ ଜବତ ହୋଇଛି ବିପୁଳ ଟଙ୍କା । ବିଜେପି ପ୍ରାର୍ଥୀ ଅଶୋକ ନାୟକଙ୍କ ଗାଡିରୁ ୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଛି ଷ୍ଟାଟିକ ସର୍ଭେଲାନ୍ସ ସ୍କ୍ଵାଡ । ମଙ୍ଗଳପୁର ନିକଟରେ ତାଙ୍କ ଗାଡିରୁ ଜବତ କରାଯାଇଛି । ଏବେ ଟାଉନ ଥାନାରେ ଅଶୋକ ନାୟକଙ୍କୁ ଜବତ ଟଙ୍କା ବାବଦରେ ପଚରାଉଚୁରା ଚାଲିଛି ବୋଲି ଢେଙ୍କାନାଳ ଏସପି ଅନୁପମା ଜେମସ ସୂଚନା ଦେଇଛନ୍ତି ।

Please follow and like us: