ବିଚାରୀ ମା ଛୁଆଙ୍କୁ ମାରିଦେଲା ନିଜ ହାତରେ

STATE

କେତେ ଦୁଃଖ କଷ୍ଟରେ ଆଉ ଜୀବନ ବିତାଇଥାନ୍ତା ବିଚାରୀ ମା । ଭୋକରେ ଆଉଟୁ ପାଉଟୁ ହେଉଥିଲେ ନିଜ ପେଟରୁ କାଟି ନିଜେ ନଖଇ ଖୁଆଉଥିଲା ନିଜ ପିଲାଙ୍କୁ । ହେଲେ କଅଣ ଏପରି ଘଟିଲା ଯେ ନିଜ ହାତରେ ମାରିଦେଲା ନିଜର ଦୁଇଟି କୋମଲମତି ଶିଶୁଙ୍କୁ । କଅଣ ଅଭାବୀ ସଂସାରରେ ପିଲାଙ୍କୁ ଖାଇବାକୁ ଦେବାକୁ ନିରାଶ ହେଲା ? ଯାହା ଫଳରେ ମା ହୋଇ ଆଉ ପିଲାଙ୍କ କଷ୍ଟ ସହି ପାରିଲା ନାହିଁ ।  ଶେଷରେ ଜୀବନ ବଞ୍ଚାଇବାକୁ କୌଣସି ଉପାୟ ନପାଇ ଛାତିକୁ ପଥର କରି, ଅତି ନିଷ୍ଠୁର ଭାବେ ଗଳା କାଟି  ହତ୍ୟା କଲା ନିଜ ସନ୍ତାନ ଦୁହିଙ୍କୁ । ତା ପରେ ନିଜେ ଆତ୍ମହତ୍ୟା କରିଦେଲା । ନା ଆଉ ଅନ୍ୟ କିଛି କାରଣ ରହିଛି, ଯେଉଁଥିପାଇଁ ସେ ହତ୍ୟା କଲା ନିଜ ସନ୍ତାନଙ୍କୁ । ତେବେ ଘଟଣାଟି ଚାଞ୍ଚଲ୍ୟ ଖେଳାଇ ଦେଇଛି ସମଗ୍ର ଭବାନୀପାଟଣା ଅଞ୍ଚଳରେ । ଯିଏ ଶୁଣୁଛି, ଆଖିରେ ଲୁହ ରହୁନାହିଁ ତାର ।  

loading...

ଭବାନୀପାଟଣାର ସଦର ଥାନା ସିଂଝରଣ ଗାଁରେ ଦେଖିବାକୁ ମିଳିଛି ଏହି ହୃଦୟ ବିଦାରକ ଘଟଣା । ପୋଲିସ ୩ଟି ମୃତଦେହ ଉଦ୍ଧାର କରିଛି । ୨ ଶିଶୁଙ୍କ ମୃତଦେହ ଘର ଭିତରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ବେଳେ ମା’ର ମୃତଦେହ ଗାଁ ପାଖ ରେଳ ଧାରଣାରୁ ଉଦ୍ଧାର କରାଯାଇଛି । ତେବେ ଏହାକୁ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । କାରଣ ସ୍ପଷ୍ଟ ହୋଇନାହିଁ ।  ପୋଲିସ ଘଟଣାର ଛାନଭିନ୍ନ କରୁଛି ।

Please follow and like us:
error
loading...