ମୋଟର ଭେଇକିଲ ଆଇନ ନେଇ କଟକଣା ୩ ମାସ ପାଇଁ କୋହଳ କଲେ ମୁଖ୍ୟମନ୍ତ୍ରୀ

STATE

ନୂଆ ସଂଶୋଧିତ ମୋଟର ଭେଇକିଲ ଆଇନ ନେଇ ବିଭିନ୍ନ ଅଞ୍ଚଳରେ ଜୋର ଧରପଗଡ ଚାଲିଛି । ଏହାକୁ ନେଇ ହଠାତ ବିଭିନ୍ନ ଜାଗାରେ ବହୁ ପରିମାଣର ଅର୍ଥ ଜରିମାନା କରାଯାଉଛି । ତେଣୁ ପୂର୍ବରୁ ପ୍ରସ୍ତୁତ ନଥିବା ଜନସାଧାରଣ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଧୀରେ ଧୀରେ ଜନ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି । ଏହି ହେତୁ ଲୋକଙ୍କ ରୋକଙ୍କ ରୋଷକୁ ଦେଖି ୩ ମାସ ପାଇଁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ।

loading...

୩ ମାସ ପର୍ଯ୍ୟନ୍ତ ନିୟମ କଡାକଡି ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଠୋର ନହୋଇ ଲୋକଙ୍କୁ ବୁଝାଇବାକୁ ପରାମର୍ଶ ଦେଇଛନ୍ତି । ତେଣୁ କଡାକଡି ଟ୍ରାଫିକ ଯାଞ୍ଚ ୩ ମାସ ପାଇଁ କୋହଳ କରାଯିବ । ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ପାଇଁ ୩ ମାସ ମହଲତ ଦିଆଯାଇଛି । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବାକୁ ମଧ୍ୟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତା ଛଡା ଟ୍ରାଫିକ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ନୂଆ ନିୟମ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରାଯିବ ।

Please follow and like us:
error
loading...