ଶରଧାବାଲି ର ନାମକରଣ

STATE

ଶରଧାବାଲିରେ ଆଜି ଶେଷ ଦିନ । ହେଲେ ଏହି ବାଲିର ଅଛି ଅଶେଷ ମହିମା । ବିଶ୍ଵାସ କରାଯାଏ ଯେ ଏହି ବାଲି ଏତେ ପବିତ୍ର ଯେ ଏହାକୁ ଟିକେ ମୁଣ୍ଡରେ ମାରି ଭକ୍ତ ନିଜକୁ ଧନ୍ୟ ମନେ କରିଥାଏ । ସେଥିପାଇଁ ଜଣେ ଭକ୍ତ ଗାଇଛନ୍ତି, “ହାତରେ ମୋ ମୁଠା ମୁଠା ଶରଧାବାଲି । ଏହି ବାଲିରେ ପହଣ୍ଡି ହୋଇ ମହାପ୍ରଭୁ ବିଜେ କରିବେ ରଥ ଉପରେ ଆଉ ତାକୁ ଲକ୍ଷ ଲକ୍ଷ ଭକ୍ତ ଟାଣି ଟାଣି ନେବେ ସିଂହଦ୍ଵାର ନିକଟକୁ । ତେବେ ଏଭଳି ନାମକରଣ କାହିଁକି ହେଲା ଆସନ୍ତୁ ଜାଣିବା ।

ଶ୍ରଦ୍ଧାରେ ଏହି ବାଲିକୁ ବିଛାଇ ଥିଲେ ରାଣୀ ଶ୍ରଦ୍ଧା ଦେବୀ । ଯିଏ କି ପ୍ରଭୁ ଆଡପ ମଣ୍ଡପରେ ଥିବା ସମୟରେ ପ୍ରତିଦିନ ଦର୍ଶନ କରିବା ସହିତ  ମହାପ୍ରସାବ ବ୍ୟତୀତ ଅନ୍ୟ କିଛି ଗ୍ରହଣ କରୁନଥିଲେ । ଦିନେ ପ୍ରବଳ ବର୍ଷା ଯୋଗୁ ପୂର୍ବରୁ ଥିବା ମାଳିନୀ ନଦୀ ଡେଇଁ ଗୁଣ୍ଡିଚା ମନ୍ଦିର ନିକଟକୁ କାଦୁଅ ଯୋଗୁ ଆସିପାରିନଥିଲେ । ସେଦିନ ଉପାସରେ ରହିଥିଲେ । ରାତ୍ରିରେ ତାଙ୍କୁ ଭକ୍ତ ବତ୍ସଳ ଜଗନ୍ନାଥ ସ୍ଵପ୍ନରେ ଦର୍ଶନ ଦେଇ କହିଥିଲେ ନଦୀକୁ ପୋତିବାକୁ ଓ ଆର କୂଳରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବାଲି ପୋତିବାକୁ । ପ୍ରଭୁଙ୍କ ଆଜ୍ଞାରେ ସେ ବିଛାଇଥିଲେ ବାଲି । ତେଣୁ ସେହି ବାଲିକୁ କୁହାଯାଏ ଶରଧାବାଲି । ଧନ୍ୟ ପ୍ରଭୁ ତୁମର ମହିମା !

Please follow and like us:
error