କଂଗ୍ରେସ ଦଳରୁ ବିରୋଧୀ ଦଳ ନେତା ହେଲେ ନରସିଂହ ମିଶ୍ର, ବିଜେପିରୁ ପ୍ରଦୀପ୍ତ ନାଏକ

STATE

ବିଧାନସଭାରେ କଂଗ୍ରେସର ଆସନ ସଂଖ୍ୟା ମାତ୍ର ୯ । ବିଧାନସଭାରେ ଏହା ଏବେ ତୃତୀୟ ଦଳ ରୂପେ ସ୍ଥାନ ପାଇଛି । ତେବେ କାହାରୀକୁ ଏ ପର୍ଯ୍ୟନ୍ତ ବିଧାୟକ ଦଳ ନେତା ଭାବେ ବଛା ଯାଇନଥିବାବେଳେ ଆସନ୍ତା ୨୫ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ତରବରିଆ ଭାବେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ରୂପେ ନିର୍ବାଚିତ କରାଯାଇଛି । ଉପନେତା ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟ ସଚେତକ ରୂପେ ତାରାପ୍ରସାଦ ବାହିନୀପତି ଓ ସେକ୍ରେଟାରୀ ରୂପେ ମହମ୍ମଦ ମୋକିମଙ୍କୁ ନିର୍ବାଚିତ କରାଯାଇଛି ।

ବିଧାନସଭାରେ ଦ୍ଵିତୀୟ ଦଳ ଭାବେ ସ୍ଥାନ ପାଇଛି ବିଜେପି ଦଳ । ବିରୋଧୀ ଦଳ ନେତା କିଏ ହେବ ସ୍ଥିର ହୋଇପାରୁନଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭବାନୀପାଟଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କୁ ଦଳୀୟ ନେତା ରୂପେ ମୋହର ମରିଛନ୍ତି । ସୋମବାର ରାତ୍ରିରେ ଓଡିଶା ଭାଜପା ପ୍ରଭାରୀ ଅରୁଣ ସିଂ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Please follow and like us:
error