ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ଭୂମିକା ନେଇ ନରସିଂହ ମିଶ୍ର ଙ୍କ ସମାଲୋଚନା

STATE

ବିଶିଷ୍ଠ ତଥା ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକ ନରସିଂହ ମିଶ୍ର ରାଜ୍ୟ ବିଧାନସଭାରେ ବିରୋଧୀ ଡଲାର ଭୂମିକା ନେଇ ଉଭୟ ବିଜେଡ଼ି ଓ ବିଜେପି ଦଳକୁ ତୀବ୍ର ସମାଲୋଚନା କରିଛନ୍ତି । ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ପରିପ୍ରେକ୍ଷୀରେ ସେ କହିଛନ୍ତି, “ବିଜେପି-ବିଜେଡ଼ି ଭାଇ ଭାଇ, ବିରୋଧୀ ଦଳ କିଏ ନିଷ୍ପତ୍ତି ନେବାକୁ ହେବ । ସଂଖ୍ୟା ବହୁତ ଥିଲେ ବି ପାଟି ବନ୍ଦ ଥିଲେ କଥା ଉଠିବନି । ନିର୍ବାଚନ ହାରିଛୁ, କହିଲେ ଲୋକେ ବିଶ୍ଵାସ କରିବେନି, କାମ କରିବାକୁ ହେବ ।”

loading...

ସେ କହିଛନ୍ତି ଆସନ୍ତା ବିଧାନସଭା ଅଧିବେଶନରେ ଆମେ ପଶ୍ଚିମ ଓଡିଶାରେ କାଳବୈଶାଖୀ କ୍ଷତି, ବିଜୁଳି ସମସ୍ୟା କଥା ଉଠାଇବୁ । ବେକାରୀ, ପାଣି ଓ ଚାଷୀ ସମସ୍ୟା କଥା ବି ବିଧାନସଭାରେ ଉଠାଇବୁ ।

ବିଜେପି ଓ ବିଜେଡ଼ି ଉପରେ ବର୍ଷିବା ସହ କହିଛନ୍ତି, “ବିଜେପି ଯାହାକୁ ରାଜ୍ୟସଭା ପ୍ରାର୍ଥୀ କରିଛି ସେ ଖଣି ମାଲିକ କି ନୁହେଁ । ଯଦି ହୋଇଥାନ୍ତି ତାଙ୍କ ବିରୋଧରେ ଅଭିଯୋଗ ଅଛି ନା ନାହିଁ । କାହିଁକି କେନ୍ଦ୍ର ଓ ରାଜ୍ୟ ସରକାର ଏହି ମାମଲା ଏସବିଆଇକୁ ଦେଉନାହାନ୍ତି । ଏଭଳି ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା ଦୁର୍ଭାଗ୍ୟଜନକ । ଜଣେ ଅଣଓଡିଆଙ୍କୁ ରାଜ୍ୟସଭାକୁ ପଠାଯାଉଥିବାରୁ ଓଡିଶାବାସୀ ଲଜ୍ଜିତ । ରାଜ୍ୟର ସ୍ଵାର୍ଥ ଦୃଷ୍ଟିରୁ କହୁଥିବା ଦଳ ବାହାର ଲୋକଙ୍କୁ ରାଜ୍ୟସଭାକୁ ପଠାଉଛି ।” ତାପରେ ବୈଷ୍ଣବଙ୍କ ପ୍ରାର୍ଥିତ୍ଵକୁ ନେଇ ନରସିଂହ ମିଶ୍ର ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି, ‘ବିଜେପିର ଯେଉଁଠି ସଂଖ୍ୟାଗରିଷ୍ଠତା ଅଛି, ସେଠୁ କାହିଁକି ପ୍ରାର୍ଥୀ କରାଗଲାନି ?”

Please follow and like us:
error
loading...