ଆଜିଠୁ ମା ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ, ଶ୍ରୀକ୍ଷେତ୍ରରେ ଶେଷ ୮ ଦିନ ଦୂର୍ଗା ମାଧବ ଉପାସନା

STATE

କଟକ : ଆଜିଠାରୁ ଶାରଦୀୟ ନବରାତ୍ରୀ ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ମା ଦୁର୍ଗାଙ୍କର ପ୍ରଥମ ସ୍ୱରୁପ ମା ଶୈଳପୁତ୍ରୀଙ୍କ ଆରଧନା ଏବଂ ଘଟସ୍ଥାପନା କରାଯାଏ। ଅକ୍ଟୋବର ୧୭, ଶନିବାର ଦିନ ତିନୋଟି ଗୁରୁତ୍ୱପୂର୍ଣ୍ଣ ଶୁଭ ମୁହୂର୍ତ୍ତରେ ଆପଣ କଳାସ ସ୍ଥାପନା କରିପାରିବେ। ଏଥର ଶାରଦୀୟ ନବରାତ୍ରିର ପ୍ରଥମ ଦିନ ସର୍ବାର୍ଥସିଦ୍ଧି ଏବଂ ତିନି ରାଜଯୋଗ ପଡ଼ୁଛି। ଏହି ଶୁଭ ଯୋଗରେ ନବରାତ୍ରିର ଶୁଭାରମ୍ଭ ବହୁତ ଶୁଭ ରହିବ।

ମା ଦୁର୍ଗା ଓ ଅନ୍ୟ ଶକ୍ତି ପୀଠରେ ବିଶେଷ ଆୟୋଜନ ଆଜିଠାରୁ ଆରମ୍ଭ ହେଉଛି । ଆସନ୍ତା ୯ ଦିନ ପର୍ଯ୍ୟନ୍ତ ଏହା ପାଳନ ହେଉଥିବାରୁ ଏହାକୁ ନବରାତ୍ରି ପୂଜା କୁହାଯାଏ । ତେବେ ଶ୍ରୀକ୍ଷେତ୍ରରେ ରହିଛି ଅନନ୍ୟ ପରମ୍ପରା । ଶେଷ ୮ ଦିନ ଦୂର୍ଗା ମାଧବ ଉପାସନା କରାଯାଏ । ଏଥିନିମନ୍ତେ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରହିଛି ।

Please follow and like us: