ଲୁଣି ଜଳ ବଦଳରେ ଏବେ ମିଳିବ ମିଠା ମିଠା ଜଳ

STATE

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି ‘ବସୁଧା’ ଯୋଜନାର । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ । ଚିଲିକା ପରିବେଷ୍ଟିତ ଏହି ଅଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ହିସାବରେ ମିଳୁଥିଲା ଲୁଣି ପାଣି । ହେଲେ ଏହି ଯୋଜନା ଅନୁସାରେ ଏବେ ସେମାନଙ୍କୁ ମିଳିବ ମଧୁର ଜଳ । ଋଷିକୁଲ୍ୟା ନଦୀରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ଚାରିଛକ ପଡିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏକ ବୃହତ ପାନୀୟ ଜଳ ପ୍ରକଳ୍ପର ସେ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ନିମନ୍ତେ ଖର୍ଚ୍ଚ ହେବ ୧୮୩ କୋଟି ଟଙ୍କା ବୋଲି ବ୍ୟୟ ଅଟକଳ କରାଯାଇଛି ।

ଏହି ଜଳ ପ୍ରକଳ୍ପ ଦ୍ଵାରା କୃଷ୍ଣପ୍ରସାଦର ୯୨ ଗ୍ରାମ, ଗଞ୍ଜାମର ୫୫ଟି ଗ୍ରାମ ମୋଟ ୧୪ଟି ପଞ୍ଚାଯତର ୧୪୭ଟି ଗ୍ରାମର ଗ୍ରାମବାସୀ ଉପକୃତ ହେବେ । ଲୁଣି ପାଣି ଅଞ୍ଚଳରେ ସେମାନଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ । ବହୁଦିନର ଦୁର୍ଦ୍ଦଶା ସେମାନଙ୍କର ଦୂର ହେବ । ‘ବସୁଧା’ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ ଏହି ପ୍ରକଳ୍ପ ଦ୍ଵାରା କୃଷ୍ଣପ୍ରସାଦ ଓ ଗଞ୍ଜାମବାସୀ ଉପକୃତ ହେବେ । ଏହି ପ୍ରକଳ୍ପ ଯୋଗୁ ଗଞ୍ଜାମର ୪ ଲକ୍ଷ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ । ସେ କହିଥିଲେ, ‘ସମସ୍ତଙ୍କ ପାଇଁ ବିଶୁଦ୍ଧ ଜଳର ଆବଶ୍ୟକତା ରହିଛି ।’

Please follow and like us: