ପାଟକୁରାରେ ନିର୍ବାଚନ ପ୍ରଚାର ନିମନ୍ତେ ପହଞ୍ଚିଲେ ନବୀନ ପଟ୍ଟନାୟକ

STATE

ପାଟକୁରାରେ ଆସନ୍ତା ୨୦ ତାରିଖରେ ହେବ ଉପନିର୍ବାଚନ । ଏହି ନିର୍ବାଚନରେ ଜିତିବା ଲକ୍ଷ୍ୟରେ ଏବେ ଚାଲିଛି ମାରାଥନ ପ୍ରଚାର । ଦଳୀୟ ବିଧାୟକ ଓ ନେତାମାନଙ୍କ ହାଇ ଭୋଲ୍ତେଜ ପ୍ରଚାର ପରେ ଖୋଦ ମୁଖ୍ୟମନ୍ତ୍ରୀ ଆସିଛନ୍ତି ପ୍ରଚାର କରିବାକୁ । ଯଦିଓ ପାଟକୁରା ହେଉଛି ବିଜେଡ଼ିର ଗଡ ଏବଂ ୨୦୦୪ରୁ ଲଗାତାର ୨୦୧୪ ପର୍ଯ୍ୟନ୍ତ ବିଧାନସଭା ଆସନ ବିଜେଡ଼ି ହାତରେ ରହିଛି, ତଥାପି କୌଣସି ରିସ୍କ ନେବାକୁ ଚାହାନ୍ତିନି ବିଜେଡ଼ି ସୁପ୍ରିମୋ । ତେଣୁ ଆଜି ପ୍ରଚାର ମଇଦାନ ନିଜେ ଓହ୍ଲାଇ ଆସିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ବିଧାନସଭା ନିର୍ବାଚନ ନିମନ୍ତେ ଦେବ ପ୍ରକାଶ ଅଗ୍ରୱାଲଙ୍କୁ ବିଜେଡ଼ି ପ୍ରାର୍ଥୀ ରୂପେ ମନୋନୀତ କରିଥିଲେ ନବୀନ ପଟ୍ଟନାୟକ । ହେଲେ ନିର୍ବାଚନ ପୂର୍ବରୁ ତାଙ୍କର ଦେହାନ୍ତ ହେବାରୁ ନିର୍ବାଚନ ସ୍ଥଗିତ ରହିଥିଲା । ତେଣୁ ୨୦ରେ ଉପନିର୍ବାଚନ କରାଯାଉଛି । ବେଦ ପ୍ରକାଶଙ୍କ ସ୍ଥାନରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରାଯାଇଛି । ଆଶା କରାଯାଉଛି ଯେ ନିଶ୍ଚିତ ଭାବେ ଅନୁକମ୍ପା ଭୋଟ ମିଳିବ ଓ ସେ ଏହି ଉପନିର୍ବାଚନରେ ଜିତିବେ । ତାଙ୍କ ପାଇଁ ହାଇଟେକ ବସରେ ରୋଡ ସୋ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତା ଛଡା ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକ ଓ ନେତାମାନଙ୍କୁ ୧୮ ସନ୍ଧ୍ୟା ପର୍ଯ୍ୟନ୍ତ ପଂଚାୟତ ଓ ୱାର୍ଡ ନଚାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଆଜି ଗରଦପୁର, ଡେରାବିଶ ଓ ମାର୍ଶାଘାଇରେ ମଧ୍ୟ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

Please follow and like us:
error