ନବୀନ ଙ୍କ ପ୍ରଶ୍ନ, ବିଜେପିର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

STATE

ନୟାଗଡ ଦଶପଲ୍ଲାଠାରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଆକ୍ରମଣ କରିଛନ୍ତି ବିଜେପିକୁ । ସେ ପ୍ରଶ୍ନ ପଚାରିଛନ୍ତି ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ, ତାଙ୍କ ନିର୍ବାଚନମଣ୍ଡଳୀ କେଉଁଠି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ବୋଲି, ସେ ପ୍ରଶ୍ନ ପଚାରିଛନ୍ତି ।

ନବୀନ ପଟ୍ଟନାୟକ ଆକ୍ଷେପ କରି କହିଛନ୍ତି, “ନିର୍ବାଚନ ହେଲେ, ଦିଲ୍ଲୀ ଇଞ୍ଜିନ ଆସୁଛି, ଜୋରରେ ପାଟି କରୁଛି । ତା ପରେ ଆଉ ଦିଲ୍ଲୀ ଇଞ୍ଜିନର ଦେଖା ମିଳିବ ନାହିଁ ।” ସେ କହିଛନ୍ତି, “ବିଜେପିର ଆଉ ଗୋଟିଏ ଇଞ୍ଜିନ କିଏ, ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ।”

Please follow and like us: